Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଭିଜାଭିଜା ବର୍ଷା ଦିନ

ଭିଜାଭିଜା ବର୍ଷା ଦିନ

1 min
325



ଭିଜାଭିଜା ବର୍ଷା ଦିନ

ଏ ଧରାକୁ ଆସିଲା ।

ଗ୍ରୀଷମର ତାପ ନାହିଁ

କୁଆଡେ ସେ ହଜିଲା ।


ବରଷା ପାଣି ଦେହରେ

ପଡି ଭଲ ଲାଗିଲା ।

ନୂଆ ନୂଆ ଏ ବରଷା

ଆହ୍ଲାଦ ଭରି ଦେଲା।


ଭିଜିବାକୁ ବରଷାରେ

ପିଲେ ଭଲ ପାଇଲେ ।

କାଗଜଡଙ୍ଗା ଭସାଇ

କେତେ ଖୁସି ହୋଇଲେ ।


ଆଷାଢ ଶ୍ରାବଣ ମାସ

ବରଷା ଦିନ ପରା ।

ପାଣି ପଡିଲେ ମାଟିରେ

ମହକଇ ଏ ଧରା ।


ଆସି ବରଷା ବୁଡିଲା

ରସା ମହକେ ମାଟି ।

ଚଷାଭାଇ ସଜ ହେଲା

ଚାଷ କରି ଯିବଟି ।


ଅନୁକୂଳ କଲା ମୁଠି

ଅକ୍ଷିତୃତୀୟା ଦିନ ।

ଗଛ ହୋଇଛି ବିଲରେ

ଦେଖି ଫୁଲଇ ମନ ।


ଭିଜାଭିଜା ବରଷାରେ

କରିବ ବେଉଷଣ ।

ତରତରରେ କରିବ

ଚାଷ ହୁଏ ଉଚ୍ଛନ୍ନ  ।


ଚାହିଁଥିଲା ଚାତକଟି

ବରଷାର ଜଳକୁ ।

ମନ ଭରି ପାନକଲା

ବରଷାର ଧାରାକୁ ।


ଭିଜାଭିଜା ବର୍ଷାଦିନେ

ବୃକ୍ଷ ଲତା ହସିଲେ।

ଗ୍ରୀଷ୍ମତାପୁଁ ରକ୍ଷା ପାଇ

ଜୀବନ କି ପାଇଲେ ।


କଳାମେଘୀ ଶାଢୀ ପିନ୍ଧି

ବର୍ଷା ରାଣୀ ଆସିଛି ।

ବିଜୁଳିର ଚମକରେ

ଝଲସି ସେ ଉଠୁଚି  ।


ଘଡଘଡି ବାଜା ଶୁଭେ

ଧଡକାଏ ଛାତିକି ।

ବେଙ୍ଗ ଦିଏ ହୁଳହୁଳି

ବେଳକାଳ ଦେଖିକି ।


ଭିଜାଭିଜା ବରଷାରେ

ଆମେ କିଆଁ ଭିଜିବା ?

ଥଣ୍ଡା ଜରକୁ କିପାଇଁ

ନିମନ୍ତ୍ରଣ କରିବା ?


ଭିଜାଭିଜା ବର୍ଷାଦିନ

ଭଲ କ୍ଷେତ ପାଇଁକି ।

ଫୁଲ ଫଳ ଶସ୍ଯ ସବୁ

ଦିଏ ଆମ ପାଇଁକି  ।


ଜୀବଜନ୍ତୁ ପଶୁପକ୍ଷୀଙ୍କ

କାଳ ବର୍ଷାଦିନ ।

ସମଦରଶୀ ଦେଖନ୍ତି

ଖରା ବର୍ଷା ସମାନ ।



Rate this content
Log in

Similar oriya poem from Inspirational