ହୃତ ପ୍ରଣୟ
ହୃତ ପ୍ରଣୟ
ତୁମେ ଆସିଲ ଆଗେଇ ଗଢ଼ିବାକୁ ସଂସାର
ସହି ଘରବାଲାଙ୍କ ଅସମ୍ମତିର ଘୁଣ୍ୟ ଫୁତ୍କାର l
ମନେ ପଡ଼ୁଛି ଆଜି ଦୁଇ ଦଶନ୍ଧି ପୂର୍ବ ଘଟଣା
ଯେବେ ଯାଇଥିଲି ମୁହିଁ ମୋର କର୍ମପଥେ
ବନ୍ୟ ଅଧିକାରୀ ଭାବେ ତୁମ ବସତି ପଥେ l
ତୁମେ ଯାଉଥିଲ ଏକକିନୀ ପଢ଼ିବାକୁ ପାଠ
ପକାଇ ବସ୍ତାନି କାନ୍ଧେ ନମାନି ବଣୁଆ ଶାଠ l
ଜନଜାତି ମୁଖିଆର ଝିଅ ଥିଲ ତୁମେ ଗେଲ୍ହା
ମାବାପାଙ୍କ ମହତ ଆକାଂକ୍ଷାକୁ ଦେଲ ଠେଲା l
ପ୍ରାଣୀ ବିଜ୍ଞାନ ସ୍ନାତକ -ଉତ୍ତର ଉପାଧି ଧାରଣ
ମନେ ତୁମର ଟିକେ ବି ନଥିଲା ବୃଥାଡ଼ମ୍ବର l
ଅପାଠୁଆ ଜନଜାତି ପିତାମାତାଙ୍କ ଅନୁରକ୍ତ
ଥିଲ ତୁମେ ସଦା ନ ହୋଇ କେବେ ବିରକ୍ତ l
ବଜ୍ରକାପ୍ତା ସଂରକ୍ଷଣେ ବଳିଥିଲା ତୁମ ମନ
ଖୋଲିଲ ତୁମ ରାଜ୍ୟେ ଏକ ପ୍ରାଣୀ ଉଦ୍ୟାନ l
ନିର୍ବିକାର ଚିତ୍ତେ କରି ଚାଲିଲ ଜୀବ ସେବା
ବଜ୍ରକାପ୍ତା ଉଦ୍ୟାନକୁ କରିଦେଲ ମନଲୋଭା l
ନିରୀହ ଜୀବଜନ୍ତୁଙ୍କ ହେଲ ତୁମେ ରକ୍ଷାକବଚ
ନିଜକୁ କଲ ମଗ୍ନ ସେବାରେ ନଭାବି ଉଚ୍ଚନୀଚ l
ମନେ ପଡ଼ୁଛି ଆଜି ସେଦିନର ଯୁବା ମାନସ
ଯେଦିନ ଗଲି ତୁମ ବନେ ପରିଦର୍ଶନେ ଉତ୍କର୍ଷ l
ଉଦ୍ୟାନ କରୁଥିଲି ତୁମ ବଜ୍ରକାପ୍ତା ଉଦ୍ୟାନେ
ହଠାତ ତୁମ ଆବିର୍ଭାବ ରଚିଲା ଭାବ ମନେ l
ମନ ଦେଇ ବସିଲି ତୁମକୁ ଅଚିହ୍ନା ଅରଣ୍ୟରେ
ବନ ଅଧିକାରୀ ଭାବେ ମଜ୍ଜିଗଲି ସୁସ୍ଥ ପ୍ରେମରେ l
ତୁମେ ବି କଲ ସ୍ୱୀକାର ଜାତିଆଣ ଠେଲି ଦୂରେ
ଆଲିଙ୍ଗନ ବଦ୍ଧ ହୋଇଥିଲୁ ଆମେ ପ୍ରେମାତୁରେ l
ଗନ୍ଧର୍ବ ବିବାହ ସାରି ତୁମ ଜାତି ମେଳେ ବନେ
ବନ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲୁ ହର୍ଷ ମନେ l
ଦେଇ ମତେ ସନ୍ତାନ ଦୁଇଟି ଛାଡ଼ିଗଲ ଏକା
ମଣିଷ କଲି ସେମାନଙ୍କୁ ଆଜି ନହୋଇ ବୋକା l
ଆଜି ଆମ ସେହି ବିବାହ ବାର୍ଷିକ ଚଇତ ପୁନେଇଁ
ଶୋଇ ରହିଛି ସରକାରୀ ପଲଙ୍କେ ଜହ୍ନକୁ ଚାହିଁ l
ଚାକିରୀ ମୋ ହୋଇନି ଶେଷ ଏକ ଦଶନ୍ଧି ବାକି
ଛାଡ଼ି ଛୁଡ଼ି ଜ୍ଞାତି କୁଟୁମ୍ବ ଏଠି ରହିଛି ଏକାକୀ l
ମନେ ମନେ ଭାବି ଚାଲିଛି ଶେଷ ଚାକିରୀ ଦିନ
କେବେ ଆସିବ ହେବି ମୁଁ ସ୍ଵବାସ ଗୃହେ ଆସୀନ l
ଅପେକ୍ଷା ରତ ଆହୁରି କେବେ ଆସିବ ବୃଦ୍ଧ କାଳ
କେବେ ଯିବ ମଶାଣିଭୂଇଁକୁ ମୋ ମାଟିର ଶରୀର l
ମିଶି ଯିବା ଦୁହେଁ ଏକାଠି ସେଇ ଦିନ ସ୍ୱର୍ଗ ଭୂମେ
ବିଚରିବା ପ୍ରେମୀ ଆତ୍ମା ନନ୍ଦନ କାନନେ ସୁରମେ l

