STORYMIRROR

Binod nag

Romance

3  

Binod nag

Romance

ତୁମ ପାଇଁ ପଦେ

ତୁମ ପାଇଁ ପଦେ

2 mins
153

କହିବା କଥା ମୁଁ କହି ପାରୁନି

        ଭାବୁଛି ପ୍ରିୟା ମୁଁ ତତେ

କେମିତି କହିବି ମନର ବେଦନା

        ଭାବନାରେ ଲେଖୁଛି ପଦେ ।


ସାଜିଛି ମୁଁ ପ୍ରିୟା ତୁମ ପାଇଁ କବି  

           ଦେଇଛି କିଛି ଟା ଲେଖି

ଆଙ୍କୁଛି ଛବି ତୁମ କଥା ଭାବି 

        ଭାବରେ ପ୍ରିୟା ମୁଖତୁମ ପାଉଛି ଦେଖି।


 ଗୋଟି ଗୋଟି ସାଥି ବଖାନୁଛି 

           ମୋ ମନର ଭାବନା

ଭଲ ନ ଲାଗିଲେ ଥରେ ଆଖି ଦେବ    

            କରିବନି ଆନମନା ।


ପ୍ରଥମ ଦେଖା ରେ ମନ ଚୋରି କଳ

            ମନରେ କରିଲ ଘର

ଦେଖିକି ଲାଗିଲ ତୁମେ ଯେ ପ୍ରିୟା 

             କେମିତି ଅତି ନିଜର ।


ଜଳଖିଆ ରେ ପ୍ରଥମେ ଦେଖିଲି

         ହୃଦୟ ମୋ ହେଲା ବିଚଳିତ

ମନେ ବିଚାରିଲି ଅଢେଇ ଦିନିଆ     

          କେମିତି ହେବ ଭେଟ ମିତ ।


ପ୍ରଥମ ଦେଖାରେ ପ୍ରେମର ଚାହାଣୀ 

             ପିଟି ଦେଇ ଗଲ ତୁମେ

ଭୁଲି ପାରିଲିନି ଦିନଯାକ ବସି 

             ଘାରି ହେଉଥିଲି ମନେ ।


ଖୁସିର ଲହରୀ ଖେଳି ଗଲା ସାଥି 

       ଦେଖିଦେଲି ଯେବେ ଆର ଦିନେ

ଲେଖିଗଲ ନାମ ବାଣିକ ରେ ତୁମେ  

          ସେଠୀ ଯେ ଲେଖିଲି ମୁଁହି ।


ଆନନ୍ଦ ର ବାଜା ଛାତି ରେ ବାଜିଲା 

       ଖୁସି କେତେ ଯେ କହିପାରୁ ନାହିଁ 

କଥା ହେବା ପାଇଁ ଭାବୁଥାଏ ମୁଁହି

         ମନ କୁ ପାରୁ ନ ଥିଲି ରୋକି ।


ଦୁଇ ଦିନ ଧରି ଭାବୁଥିଲି ଘୁରି 

        ତୁମ ସାଥେ କଥା ହେବି କିପରି

ଟେଲିଗ୍ରାମ ରେ ଖୋଜିଲି ତୁମକୁ ଦେଖିଲି

        ଡରି ଡରି ପ୍ରିୟା sms କରି ଥିଲି ।


 ଭାବିଲି ଦେବନି ତୁମେ ଉତ୍ତର

ଦେଇଥିଲ ଯେବେ ଉତ୍ତର ଗୋ ତୁମେ   

        ହୃଦୟେ ଖେଳି ଥିଲା ପ୍ରେମ ଝଙ୍କାର 

କଣ କହିବି ମୋ ଭାଗ୍ୟର ଯେ ଖେଳ 

    ଆନନ୍ଦ ପ୍ରେମ ଭରା କଥା ତୁମେ ହେଲ

        ତା ସାଥେ ମନରେ ପ୍ରେମ ଆଙ୍କି ଗଲ ।


ବୁଲି ଥିଲା ସାଥି କେତେ ଦୁର ବାଟ 

             ମନ ରେ ମନ କୁ ମିଶି

ଖାଇ ଥିଲା ଖାଦ୍ୟ ପିଇ ଥିଲା ଲସି 

              ଆନନ୍ଦ ମନ ରେ ବସି

ଆହା କି ମୁହୂର୍ତ୍ତ ମନେ ପଡୁ ଅଛି 

            ପ୍ରିୟା ଭୁଲି ମୁଁ ପାରୁନାହିଁ 

ମନ କୁସୁମ କାନ୍ତାରେ ରଖିଛି

            ନକହି ସହି ପାରୁ ନାହିଁ ।


ମନ ର କଥା କୁ ମନରେ ରଖି ଛି  

            କହି ପାରୁ ନାହିଁ ତତେ

ଡରେ ପୁଣି ପ୍ରିୟା ମନ ର କଥା କୁ

             ଯଦି କରି ଦବୁ ମନା

 ଛାଡ଼ି କେମିତି ଏ ଛାତି ରହି ପାରିବ ତୋ ବିନା ।


ଯଦି କହିବି ନୀ ମନ ର କଥା କୁ

            ମନ ମୋ ବୁଝିବ ନାହିଁ

ଆଉ କେହି କହି ନେଇ ଜୀବ ଯଦି

             ବଞ୍ଚିକି ପାରିବି ମୁହିଁ ।


ଜାଣିନୁ ତୁ ପ୍ରିୟା ପ୍ରେମ ଯେ ମୋହୋର 

            ଜାଣିନୁ ତୁ ମୋ ପ୍ରୀତି

ଯଦି ମାଗି ଦବୁ ଜୀବନକୁ ମୋରୋ 

       ଖୁସି ପ୍ରେମ ରେ ଦେଇଦେବି ତୋ ପ୍ରତି ।


Rate this content
Log in

Similar oriya poem from Romance