STORYMIRROR

Binod nag

Classics Inspirational

4  

Binod nag

Classics Inspirational

ଗୃହର ଶିକ୍ଷା

ଗୃହର ଶିକ୍ଷା

1 min
310

ସମୟର ଖେଳ କିକହିବିରେ ତୋତେ 

               ଗୃହ କହୁଅଛି କଥା

ଦେଖ ତୁହି ସେହି ଚାରିକୋଣକୁ 

            ଗାଉଅଛି ଦୁନିଆ ଗାଥା 

ଶିକ୍ଷା ଜେ ତୋତେ ମିଳିବରେ ଏଠି 

               ଭୂଲି ତୁ ପାରିବୁ ନାହିଁ

ଗୃହ ଜେ ଏତେ କଥା କହିଯିବ 

               ଚିନ୍ତା ତୋ ଥିବ କାହିଁ

ଗୃହ ଜେ ଆମର ମନ୍ଦିରତୁଲ୍ୟ

            ଏଠି ମା ଲକ୍ଷ୍ମୀଙ୍କର ବାସ 

ମିଳିମିଶି ରହି ଥାଆନ୍ତି ସମସ୍ତେ ଦୁଃଖ 

          ସୁଖରେ କରନ୍ତିନି ଅବକାଶ 

କହୁଛିରେ ଆଜି ଗୃହ ଜେ କଥା 

                ମନ ଦେଈ ଶୁଣ 

କହୁଚି ଝରକା ବାହାରକୁ ତତେ

              ଦୁନିଆ ବୁଲିବା ପାଇଁ

ପଙ୍ଖା କହୁଅଛି ଶାନ୍ତିରେ ରହ ତୁ

                ରଗ୍ ହେଉ କିମ୍ପାଇ

କହୁ ଅଛି ଛାତ ଯେ ତୋତେ ଲକ୍ଷ

                  କର ତୋ ଉଚ୍ଚ

କବାଟ କହୁଛି ଦେଖ ରେ ତୁହି ଲକ୍ଷ

             ପାଇଁ ଖୋଲା ଅଛି ବାଟ

ତାରିଖ କହୁଛି ଧର୍ଯ୍ୟ ଧର ତୁହି 

             ଆସିବ ତୋହୋରି ଦିନ

ଯଦି କର୍ମ ଅନୁସାରେ ତୋ ରହି ଥିବ

               ଏ ସମୟ ର ଜ୍ଞାନ

କହୁଅଛି ପୁଣି ଦର୍ପଣ ରେ ତୋତେ 

              ଦେଖ ରେ ନିଜକୁ ତୁହି

ନିଜ ତ୍ରୁଟି ନିଜେ ସୁଧାରି ନେଇ 

           ସଂସାରେ ହୁଅ ଚିରସ୍ଥାୟୀ

ଝାଡୁ କହୁ ଅଛି ସଫା କର ତୁହି 

               ମନର ମଇଲା ବାବୁ

ଉନ୍ନତି ରେ ଚଡ଼ିବୁ ଯେବେ ତୁ 

             ଦେଖିବେ ଟିଭି ରେ ସବୁ

କହୁଛି ବିଜୁଳି ବତି ରେ ତୋତେ ହୁଅ

             ତୁହି ସୂର୍ଯ୍ୟ ଙ୍କ ପରି ତେଜ୍ୟ

ଥାଅ ତୁହି ଯେତେ କବଲିତ

ଅନ୍ୟକୁ କର ପ୍ରକାଶୀତ

ଏତିକି କହୁଛି ଭୂଳିବୁ ନାହିଁରେ

ଜୀବନର ତୋ ଲକ୍ଷ

ଯଦି ତୋ ଲକ୍ଷ ନାହିଁ ତାହେଲେ

ନାହିଁ ତୋ କିଛି ମୂଲ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics