ଧୁଆଁ
ଧୁଆଁ
ଜଳିଗଲେ ସରିଯାଏ ଯଦି
ଧୁଆଁ ଉଠେ କାହିଁ...!
ଏତେ ବିଧି ବିଧାନ ର
ପ୍ରୟୋଜନ ନାହିଁ ...!
ଜ୍ୱଳନର ଜ୍ୱାଳା ଦେଖି ହୁଏ
ଆଖିରେ ଓଠରେ...!
ହସଫୁଲ ନିଆଁସାଜେ
କଥାରେ କଥାରେ...!
ଯେତେଦିନ ଜୀବଥିବ ଏଠି
ନିଆଁ ଧୁଆଁ ଥିବ...!
ଯଦି କେବେ ବର୍ଷା ଆସେ
ଧୁଆଁ ବି ନାଚିବ...!
ସମୟତ ଅଙ୍କ ମାପକାଠି
ମାପେ ଦିନ ରାତି...!
କଳା ଧୁଆଁ ଧାସ ପୋଡେ
ସପନ ପାହାନ୍ତି...!
