STORYMIRROR

Puspanjali Panda

Classics

3  

Puspanjali Panda

Classics

ଧୁଆଁ

ଧୁଆଁ

1 min
12K

ଜଳିଗଲେ ସରିଯାଏ ଯଦି

ଧୁଆଁ ଉଠେ କାହିଁ...!

ଏତେ ବିଧି ବିଧାନ ର 

ପ୍ରୟୋଜନ ନାହିଁ ...!

ଜ୍ୱଳନର ଜ୍ୱାଳା ଦେଖି ହୁଏ

ଆଖିରେ ଓଠରେ...!

ହସଫୁଲ ନିଆଁସାଜେ

କଥାରେ କଥାରେ...!

ଯେତେଦିନ ଜୀବଥିବ ଏଠି

ନିଆଁ ଧୁଆଁ ଥିବ...!

ଯଦି କେବେ ବର୍ଷା ଆସେ

ଧୁଆଁ ବି ନାଚିବ...!

ସମୟତ ଅଙ୍କ ମାପକାଠି

ମାପେ ଦିନ ରାତି...!

କଳା ଧୁଆଁ ଧାସ ପୋଡେ

ସପନ ପାହାନ୍ତି...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics