STORYMIRROR

Gouri Panda

Classics Inspirational

3  

Gouri Panda

Classics Inspirational

ମଧୁବାବୁ

ମଧୁବାବୁ

1 min
11.9K


କଟକର ଛୋଟ ଗ୍ରାମ 

ସତ୍ୟଭାମାପୁର ନାମ। 

ସେ ଗ୍ରାମେ ଦନମି ତୁମେ 

କରିଗଲ କେତେ କାମ। ୧

ତୁମେ ଓଡିଆ ପ୍ରଥମ 

ସ୍ନାତକ ରେ ତୁମେ ନାମ। 

ବାରିଷ୍ଟରି ପାଠ ପଢି

ଅରଜିଲ ଯେ ସୁନାମ। ୨

ଓଡ଼ିଶା ର ଦୁଃଖ ଦିନେ 

ପଡିଥିଲା ତୁମ କାନେ। 

ତା'ର ଦୁଃଖ ଦୂର ପାଇଁ 

ବାନ୍ଧିଥିଲ ମନେ ଆଣ୍ଟ। ୩

ଉତ୍କଳ ର ଦୁଃଖ ଦେଖି 

ସଭିଙ୍କୁ ଏକାଠି ଯୋଡି

ଦେବାକୁ ଇଂରେଜ ତଡି

ଭାଷା ସମ୍ମିଳନୀ ଗଢି। ୪

ଇଂରେଜ ଗଲେ ରେ ଥରି

ପଡିଗଲା ସେଠି ହୁରି

ସଭା, ସମ୍ମିଳନୀ କରି 

ବିଦ୍ରୋହ ରଖିଲ ଜାରି। ୫

କିଏ କରୁଛି ଏ କାମ? 

ମଧୁବାବୁ ତାଙ୍କ ନାମ 

କହିଗଲେ କାନେ ଆମ

ଯଶ ରହିଗଲା ତୁମ। ୬

ଧନ୍ୟ ଉତ୍କଳ ପ୍ରଦେଶ 

ଗାଉଛି ତାଙ୍କର ଯଶ

ଉତ୍କଳ ର ସ୍ଵାଭିମାନ 

ରଖିଲେ ମଧୁସୂଦନ। ୭



Rate this content
Log in

Similar oriya poem from Classics