ଆଞ୍ଜୁଳାଏ ରଙ୍ଗ
ଆଞ୍ଜୁଳାଏ ରଙ୍ଗ
ପ୍ରେମର ଗୋଲାପି ରଙ୍ଗ ଖୁସିର ଫଗୁଆ ,
ଆନନ୍ଦର ବାଇଗଣୀ ଶକ୍ତିର ନାଲିଆ।
ଉନ୍ନତିର ସବୁଜ ଓ ଶାନ୍ତି ରଙ୍ଗ ନୀଳ ,
ସୁଖର ସ୍ବର୍ଣ୍ଣାଭ ଏବଂ ପବିତ୍ର ଧବଳ।
ଆଞ୍ଜୁଳାଏ ରଙ୍ଗ ନେଇ ଆସିଅଛି ମୁହିଁ ,
ନିରସ ହୃଦୟେ ରସ ଭରିଦେବା ପାଇଁ ।
ଦିବସକୁ ସଜାଇବି ଇନ୍ଦ୍ରଧନୁ ସମ,
ରାତ୍ରିର ଆଖିରେ ଦେବି ରଙ୍ଗୀନ ସପନ ।
ବୟସରେ ବୋଳିଦେବି ଚିର ଯଉବନ,
ଆୟୁସ ଶତ ଲାଗିବ ସୁଧାମୟ ଦିନ ।
ରଙ୍ଗରେ ରଙ୍ଗରେ ରାସ ହେବ ରମଣୀୟ ,
ଫଗୁବୋଳା ଫଗୁଣର ଫଲ୍ଗୁ ପ୍ରୀତିମୟ।
