STORYMIRROR

Purnima Prusty

Classics Inspirational Others

3  

Purnima Prusty

Classics Inspirational Others

dear diary

dear diary

1 min
11.8K

ସତରେ ତୁମେ ମୋ ମା ପରି

ଫରକ ଏତିକି ତୁମକୁ "ତୁ" କହିବା କୁ ବିବେକ ବାଧା ଦିଏ

ତଥାପି ତୁମେ ମୋ ମା ପରି

ମା ତ ଜନ୍ମ ଦେଇଛି ହୃଦୟ ଦେଇଛି କିନ୍ତୁ ତୁମେ ହୃଦୟ ଥିବାର ଅନୁଭବ ଦେଇଛ ହୃଦୟର ରାଜକୁମାର ଦେଇ

ସତରେ ତୁମେ ମୋ ମା ପରି

ସୁନ୍ଦରୀ ତ ମୁଁ ଥିଲି ହିଁ

ଅସଲ ଗହଣା ତୁମ ଦାନ 

ମଥାର ଟୋପାଏ ସୁନ୍ଦର ଆଉ ହାତର ଶଙ୍ଖା ଯାହାକୁ ତୁମେ ଦେଇଛ

ଯାହା ମତେ ଅଧିକ ସୁନ୍ଦରୀ କରିଦେଇଛି


ସତରେ ତୁମେ ମୋ ମା ପରି... ମୋ ମା ତ ମୋ ଅଳି ସହିଲା ମୋ ହାତ ଧରି ବାଟ ଚାଲିବା ଶିଖେଇଲା... 

ତୁମେ ତାର ପ୍ରତେକ ଅଳି ସହିଛ ଯାହାର ହାତ ଧରି ମୁଁ ବାଟ ଚାଲିବି ଯେବେ ମୁଁ ଥକି ଯିବି କେବେ ଜୀବନର ଅଜଣା ବାଟରେ

ନା ତୁମେ ଦେବକୀ ମା ନା ଯଶୋଦା ମା

ନା ମୋ ରକ୍ତର ମା ନା କୋଉ ଧର୍ମର ମା 

ତଥାପି ତୁମେ ମୋ ମା ପରି

ହୃଦୟରୁ ପ୍ରଣାମ ତୁମକୁ...ତୁମେ ମୋ ଶାଶୁ ମା


ମୋ ମା ମତେ ଖାଇବା ଶିଖେଇ ଥିଲା ତୁମେ ଖାଇବା ବନେଇବା ଶିଖେଇ ଦିଅ

ମୋ ମା ମତେ ଘର ସଜେଇବା ଶିଖେଇ ଥିଲା ତୁମେ ଘର ବନେଇବା ଶିଖେଇ ଦିଅ

ମୋ ମା ମତେ ଯତ୍ନ ଦେଇଥିଲା ତୁମେ ଯତ୍ନ କରିବା ଶିଖେଇ ଦିଅ 


ମୋ ଶଙ୍ଖା, ସିନ୍ଦୁର କୁ ଏତେ ବର୍ଷ ହବ ସାଇତି ରଖିଲ ତାର ଋଣ ତ ମୁଁ କେବେ ସୁଝି ପାରିବିନି

ଏତିକି କହିବି ତୁମକୁ ମୁଁ ମା ପରି ଭଲ ପାଇବି

 ମା ପରି ଭଲ ପାଇବି

 ଆଉ କେବଳ ମା ପରି ଭଲ ପାଇବି  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics