କେତେ ଆଉ ଠକିବୁ ନିଜକୁ
କେତେ ଆଉ ଠକିବୁ ନିଜକୁ
କେତେ ଆଉ ଠକିବୁ
କେତେ ଆଉ ଠକିବୁ ନିଜକୁ
ଘରର ଚାରି କାନ୍ଥକୁ ତୋର ସ୍ୱର୍ଗ ଭାବି
ବୁଝେଇବୁ ନିଜ ମନକୁ ସ୍ୱାମୀର ଦେହର ଭୋକ ମେଣ୍ଟେଇବା ତୋର ଧର୍ମ
ଅଗଣାର ସଞ୍ଜ ପରି ଜଳିଗଲେ ବି କେହି କେବେ ମୀମାଂସା କରିବେନି ତୋର ତ୍ୟାଗକୁ
କେତେ ଆଉ ସହିବୁ ବିନା ଦୋଷରେ ପାଷାଣୀ ଅହଲ୍ୟା ପରି ଅନ୍ୟ କାହା ପାପର ପ୍ରାୟଶ୍ଚିତ କେତେ ଆଉ ତୁ କରିବୁ
ଅଗ୍ନି ପରୀକ୍ଷା ଦେଇ କେତେ ତୁ ଜଣେଇବୁ ତୁ ହଉଛୁ ସତୀ
ତୁ ହିଁ ସାବିତ୍ରୀ ସମୟ ଆସିଲେ ପାରିବୁ ତୁ ସ୍ୱାମୀର ପ୍ରାଣ ବି ଛଡେଇ ଆଣି କାଳ ଠାରୁ
କେତେ ଦିନ ସ୍ୱାଧୀନତା ନାଁ ରେ ସ୍ବେଛାଚାରିତାର ଶିକାର ହବୁ
ବଞ୍ଚିବା ନାଁ ରେ ମରିବୁ ବା କେତେ ଆଉ
ଏମିତି ତ ବସୁଧା କୁଆଡେ ସବୁ ସହି ପାରିବୁ
ତୁ ତ ଅବଳା ଦୁର୍ବଳା କାଇଁକି ନା ତୁ ପରା ମହିଳା
କେତେ ଆଉ ଠକିବୁ ନିଜକୁ
ପଚାରି ଦେଖେ ଥରେ ନିଜ ହୃଦୟକୁ କଣ ତୁ ଖୁସି ଅଛୁ ସତରେ
ଥରେ କଣ ତୋର ଇଛା ହେଇନି ସେଇ ସ୍ୱପ୍ନ ସବୁ ସାକାର କରିବାକୁ
ଥରେ ବି କଣ ଇଛା ହେଇନି ଖୋଲା ଆକାଶରେ ଉଡିବାକୁ
କଣ ତୋର ଇଛା ହେଇନି ପୁଣି ଥରେ ତୋ ପିଲା ଙ୍କ ଭଳି ପିଲା ହେଇଯିବାକୁ
ଯୋଉ କଅଁଳ କଢ଼ି ଟିକୁ ଜନ୍ମ ଦେଇଚୁ ତାକୁ କଣ ତୋ ପରି କରିଦେବୁ
କରେନି ଆଉ ସେ ପୁରୁଣା ପାଠର ପୁନରାବୃତ୍ତି
ମଲମ ଲଗେଇ ସେ କ୍ଷତ ଶୁଖେଇ ଦେ ଥରେ
ଆଉ ଆଘାତ ଦେଇ ସେ ଘା କୁ କରି ଦେ ନା ବଡ଼ ରୋଗର ଆକାର
ସହି ପାରିବୁନି କେବେ ପାରିବୁନି ପୁଣି ଥରେ ତୋର ପୁନର୍ଜନ୍ମ ଦେଖି
ଲଢ଼ିଯା ଏବେ ବି ସମୟ ଅଛି ଆଗକୁ ବଢିବାର ତୋ ପାଇଁ ନ ହେଲା ନାଇଁ ତା ପାଇଁ
ଯିଏ ଦୁନିଆ କଣ ଜାଣିନି
ଜାଣିନି କେମିତି ବଞ୍ଚିବାକୁ ହବ ହାତେ ମାପି ଚଖେଣ୍ଡେ ଚାଲିବାକୁ ହବ
ଚାଲାକି କରି କେମିତି ଅନ୍ୟର ଫାଇଦା ଉଠେଇବାକୁ ହୁଏ କିଛି ବି ଜାଣିନି
ତା ଭବିଷ୍ୟତ ପାଇଁ ଥରେ ମାତ୍ର ଉଠିଯା କେତେ ଆଉ ଶୋଇବୁ
ଭାଙ୍ଗିଦେ ତୋର ଅଚିନ୍ତା ନିଦକୁ
ଭାଙ୍ଗେ ତୋର ଅଯଥା ଅଭିମାନକୁ
କେତେ ଆଉ ଚୋର କୁ ମାନ କରି ଖପରାରେ ଖାଇବୁ
କେତେ ଆଉ ଲାଞ୍ଚ୍ଛନା ସହିବୁ
କେତେ ଆଉ ନିଜକୁ ଠକିବୁ ...