STORYMIRROR

Purnima Prusty

Classics Inspirational Others

3  

Purnima Prusty

Classics Inspirational Others

କେତେ ଆଉ ଠକିବୁ ନିଜକୁ

କେତେ ଆଉ ଠକିବୁ ନିଜକୁ

2 mins
120

କେତେ ଆଉ ଠକିବୁ

କେତେ ଆଉ ଠକିବୁ ନିଜକୁ

ଘରର ଚାରି କାନ୍ଥକୁ ତୋର ସ୍ୱର୍ଗ ଭାବି

ବୁଝେଇବୁ ନିଜ ମନକୁ ସ୍ୱାମୀର ଦେହର ଭୋକ ମେଣ୍ଟେଇବା ତୋର ଧର୍ମ

ଅଗଣାର ସଞ୍ଜ ପରି ଜଳିଗଲେ ବି କେହି କେବେ ମୀମାଂସା କରିବେନି ତୋର ତ୍ୟାଗକୁ

କେତେ ଆଉ ସହିବୁ ବିନା ଦୋଷରେ ପାଷାଣୀ ଅହଲ୍ୟା ପରି ଅନ୍ୟ କାହା ପାପର ପ୍ରାୟଶ୍ଚିତ କେତେ ଆଉ ତୁ କରିବୁ

ଅଗ୍ନି ପରୀକ୍ଷା ଦେଇ କେତେ ତୁ ଜଣେଇବୁ ତୁ ହଉଛୁ ସତୀ

ତୁ ହିଁ ସାବିତ୍ରୀ ସମୟ ଆସିଲେ ପାରିବୁ ତୁ ସ୍ୱାମୀର ପ୍ରାଣ ବି ଛଡେଇ ଆଣି କାଳ ଠାରୁ

କେତେ ଦିନ ସ୍ୱାଧୀନତା ନାଁ ରେ ସ୍ବେଛାଚାରିତାର ଶିକାର ହବୁ

ବଞ୍ଚିବା ନାଁ ରେ ମରିବୁ ବା କେତେ ଆଉ

ଏମିତି ତ ବସୁଧା କୁଆଡେ ସବୁ ସହି ପାରିବୁ

ତୁ ତ ଅବଳା ଦୁର୍ବଳା କାଇଁକି ନା ତୁ ପରା ମହିଳା

କେତେ ଆଉ ଠକିବୁ ନିଜକୁ

ପଚାରି ଦେଖେ ଥରେ ନିଜ ହୃଦୟକୁ କଣ ତୁ ଖୁସି ଅଛୁ ସତରେ

ଥରେ କଣ ତୋର ଇଛା ହେଇନି ସେଇ ସ୍ୱପ୍ନ ସବୁ ସାକାର କରିବାକୁ

ଥରେ ବି କଣ ଇଛା ହେଇନି ଖୋଲା ଆକାଶରେ ଉଡିବାକୁ

କଣ ତୋର ଇଛା ହେଇନି ପୁଣି ଥରେ ତୋ ପିଲା ଙ୍କ ଭଳି ପିଲା ହେଇଯିବାକୁ

ଯୋଉ କଅଁଳ କଢ଼ି ଟିକୁ ଜନ୍ମ ଦେଇଚୁ ତାକୁ କଣ ତୋ ପରି କରିଦେବୁ

କରେନି ଆଉ ସେ ପୁରୁଣା ପାଠର ପୁନରାବୃତ୍ତି

ମଲମ ଲଗେଇ ସେ କ୍ଷତ ଶୁଖେଇ ଦେ ଥରେ

ଆଉ ଆଘାତ ଦେଇ ସେ ଘା କୁ କରି ଦେ ନା ବଡ଼ ରୋଗର ଆକାର

ସହି ପାରିବୁନି କେବେ ପାରିବୁନି ପୁଣି ଥରେ ତୋର ପୁନର୍ଜନ୍ମ ଦେଖି

ଲଢ଼ିଯା ଏବେ ବି ସମୟ ଅଛି ଆଗକୁ ବଢିବାର ତୋ ପାଇଁ ନ ହେଲା ନାଇଁ ତା ପାଇଁ

ଯିଏ ଦୁନିଆ କଣ ଜାଣିନି

ଜାଣିନି କେମିତି ବଞ୍ଚିବାକୁ ହବ ହାତେ ମାପି ଚଖେଣ୍ଡେ ଚାଲିବାକୁ ହବ

ଚାଲାକି କରି କେମିତି ଅନ୍ୟର ଫାଇଦା ଉଠେଇବାକୁ ହୁଏ କିଛି ବି ଜାଣିନି

ତା ଭବିଷ୍ୟତ ପାଇଁ ଥରେ ମାତ୍ର ଉଠିଯା କେତେ ଆଉ ଶୋଇବୁ

ଭାଙ୍ଗିଦେ ତୋର ଅଚିନ୍ତା ନିଦକୁ

ଭାଙ୍ଗେ ତୋର ଅଯଥା ଅଭିମାନକୁ

କେତେ ଆଉ ଚୋର କୁ ମାନ କରି ଖପରାରେ ଖାଇବୁ

କେତେ ଆଉ ଲାଞ୍ଚ୍ଛନା ସହିବୁ

କେତେ ଆଉ ନିଜକୁ ଠକିବୁ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics