STORYMIRROR

Purnima Prusty

Classics Inspirational Others

4  

Purnima Prusty

Classics Inspirational Others

ନାରୀର ଭୂମିକା

ନାରୀର ଭୂମିକା

1 min
29

(କିଏ ଦବ ଉତ୍ତର ନାରୀର ଭୂମିକା କଣ ?

ଯୋଉଠି ସଂସାର ମାନୁଛି ନାରୀ ଏତେ ପ୍ରତି ଖୁସିର କାରଣ...)


କାଇଁକି ମିଳୁନି ଆଜିର ଦିନରେ ଏହି ନାରୀକୁ ମର୍ଯ୍ୟାଦା 

କାଇଁକି ନାରୀଟେ ସାଉଁଟି ପାରୁନି ପୁରୁଷ ପ୍ରାଧାନ୍ୟ ସମାଜରେ ସମ୍ମାନର ଟୋପାଏ ବି ବୁନ୍ଧା 

ସତରେ କଣ ନାରୀ ଟେ ନିଜ ପାଇଁ ଲଢ଼ିବା ଶିଖିଗଲା

ସ୍ୱାଧୀନତା ପାଇଁ ବିକଳ ଥିବା ନାରୀକୁ କଣ ସତରେ ଖୋଲା ଆକାଶର ତଳେ ବୁଲିବାର ସ୍ୱୀକୃତି ମିଳିଗଲା ?

ନାରୀ ଆଉ ଅବହେଳିତ ନୁହେଁ,, ଅବଳା ଦୁର୍ବଳା ନୁହେଁ,,,

କାଇଁ ଆଉ ଏଇ ଭିତରେ ନାରୀ ଟେ ତାର ସତୀତ୍ୱ ହରେଇ ବସିନି ତ 

ପୂଜନୀୟା,, ବନ୍ଦନୀୟା ପ୍ରତିବଦଳେ ଆଉ ନିନ୍ଦନୀୟା ପାଲଟି ଯାଇନି ତ 

କେଜାଣି କୁଆଡେ ଉଭେଇ ଗଲା ନାରୀକୁ ସର୍ବସଂହା କୁହାଯିବାର ଯଥାର୍ଥତା 

ସତରେ କଣ ନାରୀ ଟେ ସର୍ବନାଶର କାରଣ 

ସତରେ କଣ ନାରୀ ଟେ ସବୁ ଅନର୍ଥର ମୂଳ 

ସତରେ କଣ ନାରୀ ଆଉ ପବିତ୍ର ନୁହେଁ 

ନାରୀ ଦେବୀ ନୁହେଁ ନାରାୟଣୀ ନୁହେଁ 

ସୀତା, ସାବିତ୍ରୀ, ଦୁର୍ଗା ମା କାଇଁକି ଆଉ ଦେଖା ଯାଉନି ନାରୀ ଭିତରେ କାହାରି ଆଖିକୁ 

କାଇଁକି ପ୍ରତାରିକା,ନଷ୍ଟ ଚରିତ୍ରା,ବ୍ୟଭିଚାରିତାର ଲକ୍ଷଣ ସବୁ ଝଲସି ଯାଉଛି ଦୁନିଆ ସାମ୍ନାକୁ...

ବାସ୍ତବରେ ନାରୀକୁ ନିର୍ଯାତିତ,, ଅତ୍ୟାଚାରିତ କହିବାର ସାହସ ହଜିଯାଇଛି ଆଜି 

 ଦାୟିତ୍ୱହୀନ ହେଇ ହରେଇ ବସିଛି ଲଜ୍ୟାର ଅମୂଲ୍ୟ ଗହଣା ଟିକୁ...

କିଛି ହାତ ଗଣତି ନାରୀ ଙ୍କ ପାଇଁ ବିବଶତାର ବଶବର୍ତ୍ତୀ ଯେ ଆଜି ସମଗ୍ର ନାରୀ ସମାଜ କାଇଁ କାହାକୁ ନଜର ଆସୁନି 

 ଶତ ଧିକାର ଏଇ ନାରୀ ପଣିଆକୁ

ଯୋଉଠି ନାରୀ ଶବ୍ଦର ମହନୀୟତା ନାହିଁ 

ଯୋଉଠି ଫୁଲ ବଦଳେ କଣ୍ଟା ସହ ନାରୀକୁ ତୁଳନା କରାଯାଉଛି 

ଯୋଉଠି ଦେବୀ ପରିବର୍ତ୍ତେ ରାକ୍ଷସୀ ବୋଲି କଳନା କରାଯାଉଛି

ଧିକ୍ ଧିକ୍ ଆଉ ସତ ଧିକ୍ ସେ ନାରୀ ପଣିଆକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics