STORYMIRROR

Purnima Prusty

Classics

4  

Purnima Prusty

Classics

ସମ୍ପର୍କ

ସମ୍ପର୍କ

1 min
329

ସମ୍ପର୍କ ତିଷ୍ଠିକି ଅଛି

କାରଣ ଆଜି ବି ମୁଁ ନିଜକୁ

ଆଇ ମା କାହାଣୀର କୁନି ରାଜକୁମାରୀ ଭାବୁଛି

ଆଉ ତୁମକୁ ରାଜାର ଆସନ ଦେଇ ଦେଇଛି ...।


ସମ୍ପର୍କ ତିଷ୍ଠିକି ଅଛି,,,କାରଣ ତୁମକୁ ତୁମର ଭ୍ରମ ଆଜି ବି ଅଜଣା ଅଛି ଯେ...

ତୁମେ ଯୋଉ ପୋଖରୀର ଛୋଟ ମାଛ ମୁଁ ସେଇ ପୋଖରୀର ଦନ୍ତା କୁମ୍ଭୀର...।


ସମ୍ପର୍କ ଆଜି ବି ତିଷ୍ଠିକି ଅଛି

କାରଣ ମୋ ପ୍ରତିଟି ଛୋଟ ଭୁଲ୍ ପାଇଁ

ମୁଁ କ୍ଷମା ମାଗି ନଉଛି

ପୁଣି ତୁମର ବିରାଟ ଭୁଲ୍ କୁ ଆଖି ବୁଜି ସହି ଯାଉଛି...।


ସମ୍ପର୍କ ଆଜି ବି ତିଷ୍ଠିକି ଅଛି,

କାରଣ ତୁମେ ତାଛଲ୍ୟ କରିବାରେ ମାହିର ଥିଲା ବେଳେ ମୁଁ ନିଜକୁ କୋଉ ଗୋଟେ ଶସ୍ତା ଗଣନାଟ୍ୟର ବ୍ୟଙ୍ଗ ଅଭିନେତ୍ରୀ ବନେଇ ଦେଇଛି...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics