STORYMIRROR

Purnima Prusty

Tragedy Classics Inspirational

3  

Purnima Prusty

Tragedy Classics Inspirational

ବୋହୁ

ବୋହୁ

1 min
191


ବାହାମଣ୍ଡପରେ ହୋମ କୁଣ୍ଡରେ ମୋର ଝିଅ ଜୀବନର ସବୁ ଖୁସିକୁ ଜାଳିବାର ଦେଖିଚି ମୁଁ

ନୂଆ ଗୋଟେ ଜୀବନ ଆରମ୍ଭ କରିବି ଭାବି ବହୁତ୍

ଆଶା ନେଇ ଆସିଲି ଗୋଟେ ଅଜଣା ଅଚିହ୍ନା

ମଣିଷ ସହ କୁଆଡେ ମୋ ସଂସାର ଗଢିବି

ଇହକାଳ ପରକାଳ ଦେବତା ମାନି

କେମିତି ଏଇଟା ମୋ ସଂସାର ମାନିବି ଯୋଉଠି ମୁଁ

କଣ ଖାଇବି, କଣ ପିନ୍ଧିବି, କଣ କରିବି, କୋଉଠିକି ଯିବି,କେମିତି ଚାଲିବି,କେମିତି ହସିବି,

କେମିତି ବସିବି ପ୍ରତିଟି କଥାର ଟିକିନିକି ହିସାବ ରଖିବ ଅନ୍ୟ କିଏ

କେମିତି ଏଇଟା ମୋ ନିଜ ସଂସାର ମାନିବି ମୁଁ

ଦଶ ମାସ ଗର୍ଭରେ ଗୋଟେ ଛୁଆକୁ ରଖି ଗର୍ଭ

ଯନ୍ତ୍ରଣା ସହି ପ୍ରସବ ବେଦନା ସହି ଗୋଟେ

ପୁର୍ନରଜନ୍ମ ପାଇଲି ମା ହେବାର ସୌଭାଗ୍ୟ ମିଳିଲା ମତେ

ଦୁନିଆର ଆଲୋକ ଦେଖେଇଲି ଯୋଉ କଅଁଳ

ଶିଶୁକୁ ତାକୁ ଏନ୍ତୁଡି ଶାଳରେ ଟିକିଏ ଭଲରେ ଦେଖିବାର ହକ୍ ମୋର ନାହିଁ

କଥା କଣ ନା ମା କାଳେ ଡାହାଣୀ

ନଜର କୁଆଡେ ଭାରି ଖରାପ...

କେମିତି ମାନିବି ଏଇଟା ମୋ ସଂସାର

ଯୋଉଠି ମୋର ଛୋଟ ଗୋଟେ ଭୁଲ୍ ବି କ୍ଷମା ଯୋଗ୍ୟ ନୁହେଁ

ମତେ ଦୁଷ୍ଟ, ଭ୍ରଷ୍ଟ, ନଷ୍ଟ ପରି ଆଖ୍ୟା ମିଳୁଛି

ଯେତେ ବି ମନ ନେଇ ଚଳିଲେ ମୋ ମନ କିଏ ବୁଝେନି

ଜୀବନର ଚଲା ବାଟରେ ଚାଲୁ ଚାଲୁ ଥକି ଗଲିଣି...

ଆଉ ଆଗକୁ ଚାଲିବାକୁ କାଇଁ ଇଛା ହଉନି

ମୋ ବିବଶତା ମତେ ଉପହାସ କଲାଣି...

ତଥାପି ଏଇ ମଝି ରାସ୍ତାରେ ମୁଁ ଯେମିତି କାହାକୁ ଅପେକ୍ଷା କରିଛି

ପୁଣି ଚାଲିବି...

ଆସିବ ମୋ ଭିତରେ ସତସିଂହର ବଳ ପୁଣି ହସିବି

ପୁଣି କଷିବି ଜୀବନର ଆଉ ନୂତନ ଅଧ୍ୟାୟର ମାନସାଙ୍କ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy