STORYMIRROR

Pranati Jena

Tragedy Others

4  

Pranati Jena

Tragedy Others

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
522

ଅବଶୋଷ ନାହିଁ ପ୍ରାପ୍ତି, ଅପ୍ରାପ୍ତିର

    ଅପହଞ୍ଚ ପଥ ପରେ,

ଆଶା ନାହିଁ ମୋର ପ୍ରତ୍ୟାଶାବି କାହିଁ

    ସର୍ତ୍ତ ହୀନ ଜୀବନରେ।


ମୁଁ ଚଞ୍ଚଳା ନଈ ତୁ ନୀଳ ଦରିଆ

   ତଥାପି ହଜୁଛି ମୁହିଁ,

ତୁ'ମହୋଦଧି ହେଲେ ମୁଁ 'ସ୍ରୋତସ୍ବିନୀ

   ଜଣେ ଆନ ଜଣ ପାଇଁ।


ସମ୍ପର୍କ ତୁଠରେ ପ୍ରୀତିର ମହକ

    ମିଶିଯିବା ଆମ ଧର୍ମ,

କୁଳୁ, କୁଳୁ ସ୍ଵର ହୁଅଇ ସନ୍ତକ 

  ଲହରୀରେ ଲେଖା ନାମ।


ଇଚ୍ଛା ନଈକୂଳେ ସ୍ୱପ୍ନିଳ ସଞ୍ଜରେ

    ଅନାବନା ଭାବନାରେ,

ଜୀବନ ରାଗର ଭିଜା ବସନ୍ତ ଏ

     ମନ୍ତ୍ରସିକ୍ତ ଅଭିସାରେ।


ମେଘ ସଵାରୀରେ ବଉଦ ରୋଷଣୀ

    ବରଷା ର ପ୍ରୀତିଧାରା,

ଆଶା ପାରିଜାତ ଆକାଶେ ତୋଳଇ

     ଜହ୍ନ, ତାରା ଘରେ ପରା।


ସପନ ସାଜିଛି ମଧୁତାର ସ୍ମୃତି 

  ଶତ ବରଷା ରେ ଭିଜି,

ମନ ମରୂବାଲି ଯାଇଛି ବି ଭୁଲି

  ଆଶା ନୀଡ଼ ଧାରେ ହଜି।


ସବୁ ସ୍ମୃତି କେବେ ସ୍ବପ୍ନ ଦେଖାଏନି

     ହୃଦୟକୁ ଛୁଁଏ ନାହିଁ,

ଭାଙ୍ଗିଗଲା ପରେ କି ଲାଭ ସାଉଁଟି

     ମୁଁ 'ତୁ 'ଭାବ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy