STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଧରଣୀ ରାଣୀ

ଧରଣୀ ରାଣୀ

1 min
517


ଅନେକ ଦେଇଛି ମାନବ ସମାଜେ ଦେଉ ଆସୁଅଛି ନିତି,


ସୁଜି ହେବ ନାହିଁ ଧରଣୀର ଋଣ ମାନବ କଲ୍ୟାଣ ନିତି।


କିପରି ସମଜ ମାନବ ସମାଜ ଲୁଟୁ ଛନ୍ତି ସବୁ ବେଳେ,


ନିଜ ସ୍ବାର୍ଥ ପାଇଁ କାଟନ୍ତି ଗଛକୁ ନିଆଁ ଲଗାନ୍ତିଟି ବେଳେ।


ଧରଣୀ ରାଣୀର ସୁରକ୍ଷାର ପାଇଁ କୋଟି ଖର୍ଚ୍ଚରେ ନିର୍ମିତ,


ନିଆଁର ଦାଉରୁ ରକ୍ଷାର ନିମନ୍ତେ ସ୍ବତନ୍ତ୍ର ଟିମ ଗଠିତ।


ଅସାଧୁ ଲୋକଙ୍କ କାରଣରୁ ଆଜି ହେଉ ଅଛି ଏହୁ କାର୍ଯ୍ୟ,


ପ୍ରଭୁଙ୍କ ସୃଷ୍ଟିକୁ ବିନାଶ କରନ୍ତି ଲଜ୍ୟା ଲାଗେ ଦେଖି କାର୍ଯ୍ୟ।


ଅତି ମନୋହର ଧରଣୀ ରାଣୀକୁ ନଷ୍ଟ କରୁ ଛନ୍ତି ଜନେ,


ନିଜ ସ୍ବାର୍ଥ ପାଇଁ ବିନାଶ କରନ୍ତି ଭ୍ରଷ୍ଟାଚାରୀ ସେହୁ ଜନେ।


ପ୍ରଭୁଙ୍କ ସୃଷ୍ଟିରେ ହସ୍ତକ୍ଷେପ ତାଙ୍କ କାନ୍ଦୁଛି ଧରଣୀ ରାଣୀ,


ଜଙ୍ଗଲ ଜଳୁଛି ହୁହୁହୁହୁ ହୋଇ ଦୁଖିତ ହୁଏ ଧରଣୀ।


ଜ୍ଞାନ ନାହିଁ ଯାର ପ୍ରଭୁଙ୍କ ଭିଆଣେ ଦୁରାଚରୀ ସେହୁ ଜନ,


କାଟୁଛନ୍ତି ଗଛ ଜଳାନ୍ତି ଜଙ୍ଗଲ ଅସାଧୁ ଅଟନ୍ତି ଜନ।


ସୁରକ୍ଷା କରିବା ଅତି ଆବଶ୍ୟକ ପ୍ରଭୁଙ୍କ ସୃଷ୍ଟିକୁ ଆଜି,


ରଖି ସୁରକ୍ଷିତ ନୀରୋଗୀ ହୋଇବା ସୁରକ୍ଷା କରିବା ଆଜି।


ନଷ୍ଟ କରି ଦେଲେ ଅଦୃଶ୍ୟ ରୋଗର ତାଣ୍ଡବ ହେବଟି ପୁଣି,


ନଷ୍ଟ ହେବେ ଜନ ରୋଗକୁ ଆଣିବେ ତାଣ୍ଡବ ହେବଟି ପୁଣି।


ଦେଇଛି ଅନେକ ମାନବ ସମାଜେ ଦେଇ ଆସୁଅଛି ନିତି,


ସୁଜି ହେବ ନାହିଁ ଧରଣୀର ଋଣ ମାନବ କଲ୍ୟାଣ ନିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy