Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Tragedy

4  

Manorama Mohanty

Tragedy

ଭାରି ଦୁଃଖ ଲାଗେ

ଭାରି ଦୁଃଖ ଲାଗେ

1 min
574



ଭାରି ଦୁଃଖ ଲାଗେ 

ତୁମ ଠାରୁ ଯେବେ 

    ଉତ୍ତର ପାଏନା ଖୋଜି 

ତୁମ ଅନ୍ତର ରେ 

ଏତେ ତାରତମ୍ୟ 

     କିଏ ଅବା ଅଛି ସୃଜି ।


ତୁମ ମନେ ଖେଳେ 

ଆନନ୍ଦ ତରଙ୍ଗ 

    ସୀମା ସରହଦ ଡେଇଁ 

ଦୁଃଖ ର ସାଗରେ 

ଆକୁଳେ ଚିତ୍କାରେ 

     ହାତ ଧରିନିଅ କେହି ।


ସମୟ ର ସ୍ରୋତ 

ଉଜାଣି ବହୁଛି 

    ଓଲଟା ଏ ରୀତିନୀତି 

କୁଆର ବସା ରେ 

କୋଇଲି ଖୋଜୁଛି 

    ଜୀବନ ର ଇତିବୃତ୍ତି ।


ଭାରି ଦୁଃଖ ଲାଗେ 

ପବିତ୍ର ପ୍ରେମ କୁ 

   କରାଗଲେ ବିକାକିଣା

ଅଧିକାର ଯେତେ

ଛଡାଇ ନେଇ କି

   କଲେ ସ୍ନେହ ପ୍ରେମ ଉଣା ।


ଇଛା ହୁଏ ପୁଣି

ତାଆରି ନାଆଁ କୁ

   ଚିରକାଳ ଜପିବାକୁ 

ଭାରିଦୁଃଖ ଲାଗେ

ମନ ଝୁରେ ଯେବେ

   ତା'ର ସ୍ପର୍ଶ ପାଇବାକୁ ।


ଛକାପଞ୍ଝା ଖେଳେ 

ସମୟ ଏଠାରେ 

   ବନ୍ଦ କରି ତା ଆଖି 

ସବୁ ଜାଣିଶୁଣି 

ଦୁଃଖେ ଝୁରିମରେ 

   ଅଧିକ ପାରେନି ଲେଖି ।


Rate this content
Log in

Similar oriya poem from Tragedy