Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatirasmi Rout

Tragedy Inspirational

4.0  

Swatirasmi Rout

Tragedy Inspirational

ରଙ୍ଗ ଯାହା ହୋଇଛି ମଳିନ

ରଙ୍ଗ ଯାହା ହୋଇଛି ମଳିନ

1 min
643


ରଙ୍ଗ !

ଏଇଟା କଣ ? 

ତୁମର ପ୍ରତିଛବି ନା ତୁମର ସଂଜ୍ଞା ?

ତୁମର ସୁନ୍ଦରତା ନା ତୁମର ନିରବତା ?

ଏହା କଣ ତୁମର ସ୍ଵାଧୀନତା ନା ତୁମର ସଙ୍କୋଚତା ?

ଭାବନାରେ ପ୍ରଶ୍ନରେ ଡୁବି ମୁଁ ଯାଉଛି, 

ଉତ୍ତର ଖୋଜି ଖୋଜି ନିରାଶ ହୋଇଛି ।

ରଙ୍ଗ ତ ଶରୀରର ଲେପ ,

ସେ ଯଦି ଦୁଃଖରେ ମଳିନ ପଡ଼ିବ ସେଇଟା କଣ ମୋର ପାପ ?

ରଙ୍ଗ ତ ସୂର୍ଯ୍ୟ ର କିରଣରେ ଝଲସି ଉଠୁଥିବା ଛବି ,

ତାକୁ ତୁମେ ବି ଦେଖିବ ଆଉ ମୁଁ ବି ଦେଖିବି ।

ସେ ହେଇପାରେ ମଳିନ ହେଇପାରେ ଧବଳ,

ହେଲେ ସୁନ୍ଦର ଆକାଶଟିର ରଙ୍ଗ କାହିଁକି ଯେ ନୀଳ ।

ସୃଷ୍ଟିକର୍ତ୍ତା ତୁମେ କରିଛ ଏକ ସୁନ୍ଦର ପ୍ରୟାସ ,

ହେଲେ ସେହି ତତ୍ତ୍ଵ କୁ ଵୁଝେନି ଏହି ଉନ୍ନତ ମଣିଷ ।



Rate this content
Log in

Similar oriya poem from Tragedy