STORYMIRROR

Swatirasmi Rout

Others

3  

Swatirasmi Rout

Others

ଅକୁହା କଥା

ଅକୁହା କଥା

1 min
141

ଦୁଇ ଦିନିଆ ଜୀବନର ଭରସା ନାହିଁ

କିଏ ଆସେ କିଏ ଯାଏ ଠିକଣା ବି ନାହିଁ,

ଜୀବନ ବଞ୍ଚିବାକୁ ହେବ ଏଠି ସବୁକିଛି ସାଥିରେ ନେଇ

କିନ୍ତୁ କେବେ କେବେ ଆଗେଇଯାଏ ସବୁକିଛି ଛାଡ଼ି ଦେଇ।।

କାହିଁକି କେମିତି ତାର କାରଣ କେବେ ଖୋଜିନାହିଁ

ଉତ୍ତର ବି କାହାଠୁ ଆଣିବି ବୁଝିପାରେନାହିଁ ,

କିଛି ଭାବନା କିଛି ଆଶା ଆଉ କିଛି ସ୍ବପ୍ନକୁ ନେଇ

ହତବାକ୍ ହୋଇ ସେହି ସ୍ଥାନେ ସ୍ଥିର ମୁଁ ଯେ କାହିଁ ।।

ଆଶାର ଦୀପାଳି ଖୁସିର ମରୀଚିକା ପଛେ ଧାଇଁ ଧାଇଁ ସ୍ତବଧ

ଏଇ ମନ କାହିଁକି କେଜାଣି ଏତେ ଯେ ନିର୍ବୋଧ,

ଜୀବନ ମରୁଭୂମିରେ ତୃଷା କଥା କିଏ ଯେ ଭାବୁଛି

କାହିଁ କେତେ ଦୂରେ ମରୁଦ୍ୟାନଟିକୁ ଛାଡ଼ି ଯେ ଆସିଛି।।

ଉଷ୍ଣ ବାଲିରେ ଚାଲି ଚାଲି ପାଦର ଛାଲ ମଳିନ ହେଲାଣି

ମଲମର ଆଶା କାହିଁ କେଉଁକାଳୁ ଭୁଲି ମୁଁ ଗଲିଣି,

ଦୁଇ ଧାର ଲୁହର ଶୀତଳତା ଆଉ ସେ ପ୍ରତିହତ ହୃଦୟର ବ୍ୟଥା

ଟିକେ ବହିଯାଇ କହିପାରନ୍ତେ କି ମୋ ମନର ସେହି ଅକୁହା କଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍