STORYMIRROR

Swatirasmi Rout

Drama Romance

3  

Swatirasmi Rout

Drama Romance

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
154

ଜୀବନର ସେଇ ଅଦେଖା ପୃଷ୍ଠାକୁ ଓଲଟାଇ ଯେବେ ଦେଖେ,

ତୁମ ପ୍ରେମର ତୁମ ସ୍ପର୍ଶର ଅଭୁଲା ସ୍ୱାଦକୁ ଚାଖେ ।।


ଭାବରେ ବିହ୍ବଳ ହୋଇଥିଲେ ମୁହିଁ ପାଗଳାମି ତୁମେ କୁହ,

କେବେଚାହିଁ ଦେଖିଛ କି ସେହି ଭାବଭରା ଆବେଗତାପୂର୍ଣ୍ଣ ଆଖି ଦୁଇଟିର ଲୁହ ?


ଜୀବନ ପାହାଡ଼ ଚଢ଼ି ଜାଣିଥିଲେ ଖୁସିର ଝରଣା ବୁହେ,

ହେଲେ ସେଇ ପାହାଡକୁ ଚଢିବା ପାଇଁ ଟି ସାଥୀ ଟିଏ ଲୋଡା ହୁଏ ।।


ହୃଦୟର ସହ ଭଲ ପାଉଛି କହିଲେ ବିଶ୍ୱାସ ଯେ ହୁଏ ନାହିଁ,

ମନେରଖିଥାଅ ଭାବନା ଆବେଗ ପ୍ରିୟ ଲୋକ ଆଗେ ଲୁଚାଇ ଯେ ହୁଏ ନାହିଁ ।।


ହାତଧରି ଚାଲିବାର ଆଶ୍ୱାସନା ଦେଇ ପଛକୁ ମୁଁ ଫେରିନାହିଁ,

ଜୀବନପଥରେ ବାଟ ଭାଙ୍ଗିବାକୁ ଭାବନା ଆଣିବି କାହିଁ ?


କିଛି ଅଭୁଲା ସ୍ମୃତିକୁ ସାଉଁଟିବାର ଏହା ଆମର ପ୍ରୟାସ ,

ଜୀବନବାଟରେ ସାଥୀ ହୋଇବାର ଦେଇଛ ଯେ ତୁମେ ବିଶ୍ୱାସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama