ହାଏ ରେ ମଣିଷ !
ହାଏ ରେ ମଣିଷ !
ବାପା ମାଆ ଆମ
ଘର ମନ୍ଦିରେ ଠାକୁର
ତାଙ୍କୁ ନ ପୂଜି ଆମେ
ପୂଜନ୍ତି ଦେଉଳେ ପଥର।
ଆମ ପୁଅଝିଅ ପାଇଁ
ଆଖିରେ ନିଦ ନାହିଁ ଆମର
ଆମେ ଯାର ପୁଅ
ସେ ବି ହେଉଥିବ ଆମ ପ୍ରକାର
କିନ୍ତୁ ଆଗକୁ ଚାହୁଁଛେ ଆମେ
ପଛକୁ ଭୁଲି
କେବେ ଥରେ ବୁଝଛନ୍ତି ବେଦନା ଅନ୍ତର
ପୁଅ ଆମେ ଏ ଦୁନିଆଁରେ ଯାହାର ?
ବିପରୀତ ରୀତି
ଆମେ ପାଳୁ
ଡାକିଲେ ଓ କରିବା ଦେବତା ନ ପୁଜି
କାଠ ପଥର ପାଖେ ମୁଣ୍ଡ କୋଡୁ
ହାଏ ରେ ମଣିଷ
କି ଦୁଃସମୟକୁ
ଡାକି ଆଣୁଛେ
ଆମେ ଦେଖୁନେ ଆମ ଭବିଷ୍ୟ ?
