STORYMIRROR

Rakesh Sen

Tragedy

3  

Rakesh Sen

Tragedy

ଦିନ ଯାଏ ଚିହ୍ନ ରହିଯାଏ

ଦିନ ଯାଏ ଚିହ୍ନ ରହିଯାଏ

1 min
199

ସମୟ ଧାଉଁଥାଏ କ୍ଷିପ୍ର ବେଗରେ

କେବେ ସମୟ ସୁଅରେ

ସବୁ ହଜିଯାଏ ବିସ୍ତୃତ ଦୁନିଆ ବୁକୁରେ

ଦିନ ସିନା ଚାଲିଯାଏ ସ୍ମୃତି ରୁହେ ହୃଦୟରେ ।


କିଏ ଜାଣିଥିଲା ଏମିତି ଦିନ ହଜିଯିବ

କେଉଁ ଏକ ଅତୀତର ଗଳିରେ

ମଣିଷ ଏଇ ଦୁନିଆ ଭିଡରେ ଲୁଚିଯିବ

ସମୟ ସିନା ଚାଲିଯାଏ ଅତୀତରେ ।


ଚିହ୍ନା ମୁହଁ ସବୁ ଅଚିହ୍ନା ହୋଇଯାଏ

ତଥାପି ଏ ଜୀବନର କିଛି ସ୍ମୃତି

ପ୍ରତ୍ୟେକ ମୂହୁର୍ତ୍ତରେ ଆଖି ଆଗରେ ନାଚିଯାଏ

ଚିରଦିନ ପାଇଁ ହୋଇ ଇତି ।


ଦିନ ସିନା ଯାଏ ଚାଲି ସ୍ବପ୍ନ ଯାଏ ଭାଙ୍ଗି

ରାତି ସିନା ଫେରେ ନେଇ ସ୍ମୃତି

ସ୍ମୃତି ଖାଲି ଦେଇଯାଏ ଛାତି ଧରା ତାତି

ସାଥି କରିଦେଲା ଜୀବନରେ ଇତି

ଦିଏ ଯାଏ ଚିହ୍ନ ରହିଯାଏ ।


Rate this content
Log in

Similar oriya poem from Tragedy