STORYMIRROR

Rakesh Sen

Tragedy

3  

Rakesh Sen

Tragedy

***ଜୀବନ ମୋର ମରୁଶର୍ଯ୍ୟା***

***ଜୀବନ ମୋର ମରୁଶର୍ଯ୍ୟା***

1 min
159

ଜୀବନ ନଈର ପ୍ରଖର ସ୍ରୋତରେ

ବଢୁଛି ଆଗକୁ ଆଗକୁ ପାଇଛି ଯନ୍ତ୍ରଣା

କେତେ ଯେ ତାଡନା କେତେ

ବିରହ ବେଦନା ସାଥିରେ ଧୋକା

ତଥାପି ପ୍ରଣୟ ଦେଇଛି ଲେଖି

ଶେଷରେ ଇତି ଚିର ବିଦାୟ ।।


ମଲା ମଲା ସରିଗଲା ଜୀବନରେ

ଆଶା ସାଥେ ବିଶ୍ୱାସ ଭରସା

ନିଶ୍ବାସ ଠାରୁ କରିଥିଲି

ବିଶ୍ୱାସ ମୁଁ ଜୀବନରେ ଯାହାକୁ

ଦେଇଗଲା ଏମିତିକା ଉପହାର

ହୃଦୟରେ ମୁଁ ରଖିଛି ସାଇତି ।।


ଜୀବନର ନଈର ପ୍ରଖର ସ୍ରୋତରେ

ବଢୁଛି ଆଗକୁ ଆଗକୁ ପାଇଛି ଯନ୍ତ୍ରଣା

କେତେ ଯେ ତାଡନା କେତେ

ବିରହ ବେଦନା ସାଥିରେ ଧୋକା

ଯାଯାବର ଆଜି ଜୀବନ

ମୋହର ଚାରିଆଡେ ଖାଲି ମରୁଶର୍ଯ୍ୟା ।।


କାହିଁରେ ଜୀବନ ଖେଳିଲୁ ମୋ ସାଥେ

ଏମିତିକା ତୁ ଖେଳ ପାଉନି ଠିକଣା

ପାଉନାହିଁ ପରିଚୟ ମୋର

ଦେଇଛି ଠିକଣା ଜୀବନ ମୋହର

ମରୁଭୂମି ଉତ୍ତପ୍ତ ବାଲୁକା ଶର୍ଯ୍ୟା

ପାରୁନାହିଁ ଚାଲି ଆଗକୁ ଆଗକୁ

ଏଇତ ମୋର ଶେଷଠିକଣା ।।


Rate this content
Log in

Similar oriya poem from Tragedy