STORYMIRROR

Rakesh Sen

Romance

3  

Rakesh Sen

Romance

###ରାତିକୁ ମାଗିଛି ସାଥୀ###

###ରାତିକୁ ମାଗିଛି ସାଥୀ###

1 min
40

🌹🌹ରାତିକୁ ମାଗିଛି ସାଥୀ🌹🌹

      ଜହ୍ନକୁ ମାଗିଛି ପ୍ରୀତି

  କେବେ ଆସେ ଜହ୍ନ...ପୂର୍ଣ୍ଣମୀ ରାତିରେ

      ଅମାବାସ୍ୟା ବେଳେ କାହିଁ

    ଯାଏ ଲୁଚି ମିଳେନା ଠିକଣା ତାର

   ସଞ ଗଲେ ନଇଁ ...ଆସେ ରାତି ପାଖେଇ

    ନିର୍ଜନତା ନିରୋଳାରେ ପୁଣି 

    ଘନ ଅନ୍ଧାରରେ କିଏ ସେ

ନିଘୋଡ଼ ନିଦରେ ଶୋଇଥାଏ ଯେବେ

        ସାରା ଦୁନିଆଟା

    ଠିକ ସେଇ ନିରୋଳାରେ ଆସେ

     ଜଣେ କେହି ପାଦ ଥାପିଥାପି

      ସ୍ବପ୍ନର ସହରରେ ମୋର

       ତାଜମହଲ ଗଢିବାକୁ

   ଦେଖାଇ ନିଶା...ପୁଣି ଚାଲିଯାଏ

      ପାହାନ୍ତିଆ ପ୍ରହରରେ

      ରାତିକୁ ମାଗିଛି ସାଥୀ

       ସ୍ବପ୍ନରେ ସ୍ବପ୍ନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance