STORYMIRROR

Rakesh Sen

Romance

3  

Rakesh Sen

Romance

ତୁମେ

ତୁମେ

1 min
23


ତୁମେ ଚାଲିଗଲ ତୁମବାଟରେ

ମୁଁ ରହିଗଲି ମୋ ବାଟରେ

 ସ୍ମୃତିର ପଟରେ ତୁମେ

ଏମିତି ଦେଇଛ ଚିତ୍ର ଆଙ୍କି

 ସାଗରର ବେଳାଭୂମିରେ ଲହରୀର

 ମାଳମାଳ ପରି

 ତୁମେ ତ ଏମିତି ରହିଛ ହୃଦୟରେ

  ମୋର ଜୀବନରେ କେବେ

  ତୁମ ପାଦଚିହ୍ନ ପାରୁନାହିଁ ଭୁଲି ପ୍ରିୟା

  କେବେ ତୁମେ ଆସ

ନିର୍ଜନତାରେ ପୁଣି କେବେ ଆସ 

 କଲ୍ଲୋଳିତ ଘୁ ଘୁ ନିର୍ଜନ ବେଳାରେ

 ତୁମେ ଆସ ତୁମେ

କେବଳ ମୋ ହୃଦୟର ସ୍ପନ୍ଦନରେ

 ମୋ ଧମନୀର ରକ୍ତରେ

 ତୁମେ ଆସ ତୁମେ ଆସ

 ନିରୋଳାରେ ନିର୍ଜନତାରେ

 ମୋ ହୃଦୟରେ...ମୋ ମନରେ

 ତୁମେ ଏକା

   ହିଁ

ତୁମେ ।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance