ତୁମେ
ତୁମେ


ତୁମେ ଚାଲିଗଲ ତୁମବାଟରେ
ମୁଁ ରହିଗଲି ମୋ ବାଟରେ
ସ୍ମୃତିର ପଟରେ ତୁମେ
ଏମିତି ଦେଇଛ ଚିତ୍ର ଆଙ୍କି
ସାଗରର ବେଳାଭୂମିରେ ଲହରୀର
ମାଳମାଳ ପରି
ତୁମେ ତ ଏମିତି ରହିଛ ହୃଦୟରେ
ମୋର ଜୀବନରେ କେବେ
ତୁମ ପାଦଚିହ୍ନ ପାରୁନାହିଁ ଭୁଲି ପ୍ରିୟା
କେବେ ତୁମେ ଆସ
ନିର୍ଜନତାରେ ପୁଣି କେବେ ଆସ
କଲ୍ଲୋଳିତ ଘୁ ଘୁ ନିର୍ଜନ ବେଳାରେ
ତୁମେ ଆସ ତୁମେ
କେବଳ ମୋ ହୃଦୟର ସ୍ପନ୍ଦନରେ
ମୋ ଧମନୀର ରକ୍ତରେ
ତୁମେ ଆସ ତୁମେ ଆସ
ନିରୋଳାରେ ନିର୍ଜନତାରେ
ମୋ ହୃଦୟରେ...ମୋ ମନରେ
ତୁମେ ଏକା
ହିଁ
ତୁମେ ।