STORYMIRROR

Rakesh Sen

Abstract Romance

4  

Rakesh Sen

Abstract Romance

ଅବଶୋଷ

ଅବଶୋଷ

1 min
318


କିଛି ତ ନଥିଲା ତ୍ରୁଟି ବିଚ୍ୟୁତି

କାହିଁକି ଘଟିଲା ସଂପର୍କର ଇତି

କେମିତି ଝଡ ଜୀବନରେ କରିଲା ଗତି

ଭାବିବା ଆଗରୁ ସବୁ ହୋଇଗଲା ସ୍ମୃତି ।


ଏକା ଥିଲି ନଥିଲା ଜୀବନରେ କିଛି

ହସି ଖେଳି ବୁଲି ହେଉଥିଲି ଖୁସି

କେମିତି କେଜାଣି କିଏ ଦେଲା ଲେଖି

ମୋ ଜୀବନରେ ଆସିଗଲା ଦୁଃଖ ବେଶୀ ।।


ପ୍ରେମ ନୁହେଁ ସ୍ନେହ ନୁହେଁ ଦେଇଗଲା ଛଳନା

ଏମିତି ଆପଣାର ହୋଇ କଲା ଯାହା ପ୍ରତାରଣା

ସମୟ ଟା ହୋଇଗଲା ବେଇମାନ ଭାଗ୍ୟ ଦେଲା ଧୋକା

ଚିହ୍ନିବା ଆଗରୁ ଅଚିହ୍ନା ହୋଇ ଅବଶୋଷ ରହିଗଲା ।।


ଛଅ ଦିନ ଛଅ ରାତି ଜୀବନର ଅଭୁଲା ସ୍ମୃତି

କେବେ ଆଉ ଲିଭିବନି ସେଇ ଦାଗ ଯାହା ରହିଛି

ଏଇ ଜୀବନ ହୋଇଗଲା ଗୋଟିଏ କଳଙ୍କିତ ଛବି

ସବୁ ଏଠି ମହଙ୍ଗା ପ୍ରେମ ଶସ୍ତା ଅବଶୋଷ ଖାଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract