STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ନୂଆ ବର୍ଷ

ନୂଆ ବର୍ଷ

1 min
195


ପ୍ରତି ଥର ତୁମେ ଆସ ନୂଆ ବର୍ଷ

ଆନନ୍ଦ ଉଲ୍ଲାସ ଭରି

ଏଇ ବର୍ଷ କାହିଁ ସବୁ ହଜି ଅଛି

ରହିଲେ ସଭିଏଁ ଡ ରି।


ବିଗତ ବର୍ଷର ଦୁଃଖକୁ ଭୁଲିବା

ହେଉନି ଏତେ ସହଜ

ସବୁ ପର୍ବ ଅବା ଅଧା ହୋଇ ଗଲା

ପୂର୍ଣ୍ଣିମା ହେଉକି ରଜ।


ଛାତି ଥରା ସେହି କରୁଣ କାହାଣୀ

ଆଉ ନ ଫେରିବ ସତେ

ମଥା ଛୁଇଁ କଥା ଦିଅ ନୂଆ ବର୍ଷ

ବିଶ୍ୱାସ ହୋଇବ ମୋତେ।


ଲିଭି ଯିବ ସତେ କାଳିମା ଅନ୍ଧାର

ଅତୀତର ସେହି ଦୁଃଖ

ନୂଆ ବରଷର ଝିଲି ମିଲି ରୂପ

ଫେରାଇ ଆଣିବ ସୁଖ।


ତଥାପି ଏ ମନ ହୋଇନି ନିରାଶା

ଧରି ନୂଆ ଉନ୍ମାଦନା

ତୁମ ଆଗମନେ ହସିବ ଜଗତ

ଭୁଲି ସକଳ ଯାତନା।



Rate this content
Log in

Similar oriya poem from Tragedy