STORYMIRROR

alok Kumar

Romance Tragedy Classics

3  

alok Kumar

Romance Tragedy Classics

ଓଢଣୀ

ଓଢଣୀ

1 min
173

ଓଢଣୀ ଥିଲା ଯେ ଦିନେ, ଲାଜ ର ଆଭରଣ,

ଓଢଣୀ ରୁ ଜଣା ଯେ ପଡଇ, ଚରିତ ଗୁଣ !

ଓଢଣୀ, ଦେହରେ, ନାରିଯେ ପାଲଟଇ ସର୍ବସୁଲକ୍ଷଣା ଦେହି!

ନାରୀ ଆଜି କଳୁଷିତ ପାଶ୍ଚାତ୍ୟ ସଭ୍ୟତା ଆଳରେ,

ଶରୀରେ ଆଭୂଷିତ ଓଢଣୀ ଶୋଭାପାଏ ଗଳାରେ !

ନାରୀ ବୋକ୍ଷାଜ ଲୁକ୍କାୟିତ ନୁହଁ, ଓଢଣୀ ତଳ ର ମୁହଁ ରେ!

ଜିନ୍ସ ପ୍ୟାଣ୍ଟ, ଟାଇଟି ଟୋପର, ଆଛାଦିତ ହୁଏ ନାରୀ ଶରୀର ସତରେ !

ଲାଜ କୁ ଘୋଡଣି କରିଣ, ଶୋଭା ମଣ୍ଡୁଥିଲା ଓଢଣୀ,

ଦେହକୁ ଦେଖାଇ, ଅଲାଜୁକୀ ହୋଇ ଶୋଭା ବଢ଼ାନ୍ତି ଘରଣୀ.!

ଧନ୍ୟ ଆହେ ଓଢଣୀ ମହାରାଣୀ, ସତରେ ତୁମ୍ଭର ରହିଛି କାହାଣୀ

ତୁମେ ମଥାରେ, ଶରୀରେ ଶୋଭିତ ଯେ ଥାଇ, ନାରୀ ଶୋଭାପାଏ ସର୍ବ ଲୋକେ ଯାଇ!

ତୁମ୍ଭେ ଯେବେ ଶରୀର ଉପରୁ ହୋଇଲ ଉଭାନ, ନାରୀ ଯେ ଲାଞ୍ଚିତା ହୁଅଇ ସର୍ବ ଲୋକେ ଜାଣ.!

ଏଣୁ ଏ କବିତା ମାଧ୍ୟମେ ମୁଁ କରଇ ସଚେତନ,

ଆହେ ନାରୀ ସମାଜ ଗଣ, ଓଢଣୀ କୁ କରିଲେ ଆଭୂଷଣ , ମାତା ଭଗ୍ନୀ ରୂପେ ସର୍ବ ଲୋକେ ପୂଜିତା ହୋଇବ ଜାଣ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance