STORYMIRROR

alok Kumar

Drama

3  

alok Kumar

Drama

ଭୟ

ଭୟ

1 min
190


ଜନ୍ମ, ମୃତ୍ୟୁ ଭଳି, ସତ୍ୟ ଅଟେ ଜେ ଭୟ,

ଏଇ ଧରା ଧାମେ, ଜନମ ଯାହାର,

ସେ ଦେବତା ହେଲେ ବି ମୃତ୍ୟୁ ସୁନିଶ୍ଚିତ.!

ଜାଣିବି ମଣିଷ କୁ ଘାରିଛି ମରିବାର ଭୟ. "!


ବନ୍ଧୁ, ବାନ୍ଧବ, ଶଖା,ପରିଜନ,

କେହି ନୁହଁନ୍ତି କାହାର, ସବୁ ଜାଣିବି,

ଆମ ମନରେ ରହିଛି, ସେମାନଙ୍କଠାରୁ

ଦୁରେଇ ଯିବାର ଭୟ.!


ଗାଡି, ବଙ୍ଗଳା, କୋଠା, ଏ ସବୁ ମିଛ

ମାୟା ର ସଂସାର,

ପିଣ୍ଡ ରୁ ଯିବନ ଲିଭିଲେ, ସବୁ ଜେ ପର !

ହେଲେ ମନରେ ଘାରିଛି, ଧନ ସମ୍ପତି,

ଛାଡି ଯିବାର ଭୟ.!

ଜୀବନ ଥିଲା ଯାଏ ଲୋଡ଼ା,

ରଜନୀ ଗନ୍ଧାର ମଖମଲି ନରମ ଶେଜ ର,

ପଲଙ୍କ, ଜୀବନ ଲିଭିଲେ,

ଲୋଡ଼ା ହୁଏ ଛଅ ଖଣ୍ଡ କାଠର ସଵାରୀ!

ସବୁ ଜାଣି ମଣିଷ କୁ ଘାରି ଅଛି ଅଜ୍ଞାନତା ର ଭୟ !


ଏଣୁ ଜନ୍ମ ମୃତ୍ୟୁ ର ସତ୍ୟଭଳି,

ଆଉ ଏକ ସତ୍ୟ ଜେ ଅଟଇ ଭୟ.!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama