STORYMIRROR

Dr Santosh Kumar Panda

Drama

3  

Dr Santosh Kumar Panda

Drama

ଦୀପ ଦେବା ଜାଳି

ଦୀପ ଦେବା ଜାଳି

1 min
320


ଶୁଭ ଦୀପାବଳି ଦୀପ ଦେବା ଜାଳି

ଭକ୍ତି ଘିଅ ଢାଳି ଜ୍ଞାନ ପୁଷ୍ପାଞ୍ଜଳି।

ମୋ ଦେଶ ରକ୍ଷକ ମୋ ଦେଶ ସେବକ

ବିଜ୍ଞାନୀ, ଶିକ୍ଷକ, କୃଷକ, ଲେଖକ।

ମାଆ ଭାରତୀର ପାଦ ପଙ୍କଜରେ

ସଭିଙ୍କର ପାଇଁ ଦୀପ ଦେବା ଜାଳି।

ସମାଜ କଲ୍ୟାଣ, ଜଗତ କଲ୍ୟାଣ

ଶୁଭ ମନାସିବା, ସୁରକ୍ଷା ମାଗିବା।୧।

ଶରତ ଋତୁରେ କାର୍ତ୍ତିକ ମାସରେ 

ଅମାବାସ୍ୟା ଦିନ ହୁଏ ଦୀପଦାନ।

ଧନତେରସରୁ ଆରମ୍ଭ ହୋଇଣ

ଭୈୟାଦୁଜ ଦିନ ସମାପ୍ତ ପାଳନ।

ବୈ।ଦ୍ଧ, ଜୈନ, ଶିଖ, ହିନ୍ଦୁ ମତାମତ

ନାନା ରୂପ ରଙ୍ଗେ ପାଳନ ହୁଏତ।୨।

ମହାବୀର ସ୍ଵାମୀ ମୋକ୍ଷ ଦିବସ

ବନ୍ଦୀ ଛୋଡ ଦିନ ଶିଖଙ୍କ ପାଳନ।

ଶ୍ରୀରାମ ଚନ୍ଦ୍ରଙ୍କ ବନବାସ ପରେ

ଅଯୋଧ୍ୟା ଫେରନ୍ତା ଉତ୍ସବର ଦିନ।

ଦୀପ ସୂର୍ଯ୍ୟଙ୍କର ଅଂଶ ବିଶେଷ

ସ୍କନ୍ଧ ପୁରାଣରେ ହୋଇଛି ବର୍ଣ୍ଣିତ।୩।

କୀଟର ସ୍ଵରୂପ ଅରାତି ଯେତକ

ଦୀପର ପ୍ରକାଶେ ହୁଅନ୍ତୁ ବିନାଶ।

ଏତିକି ପ୍ରାର୍ଥନା କର ମାଆ ଘେନା

ବିଶ୍ଵେ ଗୁଞ୍ଜରଉ ମୋ ଦେଶର ବାନା।

ଦୀପାଳିଟେ ହୋଇ ଲିଭିବା ଆଗରୁ

ଅନେକ ପ୍ରଦୀପ ଦେବା ଆମେ ଜାଳି।୪।



Rate this content
Log in

Similar oriya poem from Drama