STORYMIRROR

Suhana Pattanaik

Abstract Drama

3  

Suhana Pattanaik

Abstract Drama

ସ୍ବପ୍ନର ତେଜ

ସ୍ବପ୍ନର ତେଜ

1 min
413

ହୃଦୟ କନ୍ଦରେ ଅନେକ ମହାବାତ୍ୟା ନିଜ ପ୍ରଭାବ ଦେଖେଇ ଚାଲିଯାଉଛନ୍ତି,

କିନ୍ତୁ ମୁଁ ଯେ ନିରବ ଅଛି, ବାତ୍ୟା ଥମିବାର ସ୍ବପ୍ନ ସହ।

କିଏ ଜାଣେ କେବେ ମୁଁ,

ନିଜେ ମୋର ନିୟନ୍ତ୍ରଣ ହରେଇ ବସିବି,

ଆଉ ମୋ ତେଜକୁ ସାମ୍ନା କରିବାକୁ ସାହାସ ହିଁ କାହାର ନଥିବ।


ଆଖି ବନ୍ଦ କରି ଅନେକ ଦୁଃସ୍ବପ୍ନ ଦେଖନ୍ତି,

ମୁଁ ଯେ, ଆଖି ଖୋଲା ରଖି ସ୍ବପ୍ନ ଦେଖେ।

କାହିଁକି ନା ଜାଣିଛି ଆଖି ବନ୍ଦ କରି ଦେଖୁଥିବା ସ୍ବପ୍ନ, ସକାଳ ସୂର୍ଯ୍ୟର ତେଜରେ ଡରିଯାଇ କେଉଁଠି ଲୁଚି ଯିବ।

ସ୍ବପ୍ନ ଭାଙ୍ଗିଲା ପରେ ଭୀରୁ ଭଳି ଆଳାପ କରିବା 

ମୋ ପକ୍ଷେ ସମ୍ଭବ ନୁହେଁ କେବେବି।


ଶବ୍ଦର ଏପଟ ସେପଟ ପ୍ରୟୋଗ ବି ଅର୍ଥହୀନ କବିତା ପାଲଟି ଯାଏ,

ଏଠି ପ୍ରତ୍ୟେକ ଙ୍କ ଜୀବନ ଗୋଟେ ଗୋଟେ 'ନୋବେଲ ' ବନିଗଲାଣି।

ଆଉ କ'ଣ ?

କବିତା ଭିତରେ ପଶୁ ପଶୁ ସାରାଂଶ ଦିଗହରା କରେଇ ଦେଉଛି।


କିଛି ପାଇବା ଆଶାରେ ଆମେ ଅନେକ କିଛି ହରେଇ ବସୁ।

ଛୋଟ ଅଛୁ କହି ଭଣ୍ଡେଇ ଦିଏ ମୋ ସମାଜ,

କେବେ ପେଟ ରେ ଓଦା କନା, ତ କେବେ ପାଠ ରେ ବେଡି ପକାଇ କାବୁ କରିନିଅନ୍ତି ଆମକୁ।

ନିରୀହ ହୃଦୟ ରେ ଆଖିବୁଜି ବିଶ୍ଵାସ କଲାରୁ ,

ଏମାନଙ୍କ ବହୁମୁଖି ମନକୁ ଲଦି ଦିଅନ୍ତି ଆମ ଉପରେ।


ହସ ଲାଗେ, ବୟସର ଓଜନ ଦେଖେଇ, କେହି କେହି ନିଜ ଚିନ୍ତାଧାରା କୁ ଲଦି ଦିଅନ୍ତି ଆମ ଉପରେ,

ଆମେ ଚୁପ୍ ରହୁ, ସାନ ହୋଇଥିବାର ବୋଝ ସହ।

କେବେ କେବେ ଆମକୁ ତ ସୁଯୋଗ ଦିଅନ୍ତୁ,

ପ୍ରତିଭା ଦେଖେଇବାକୁ ନୁହେଁ, ବରଂ ଆମ ଭିତରେ ଥିବା ବିଜେତାକୁ ଦେଖେଇ ଦେବୁ।


ଶୁଣିଛି ଶଦ୍ଦରେ ସ୍ବପ୍ନ କୁ କୁହାଯାଇପାରେ,

ସେଥିଲାଗି ତ ମୁଁ ବର୍ଣ୍ଣନା କରୁଛି,

କେବେ କେବେ ବୁଝିବାକୁ ଚେଷ୍ଟା କରନ୍ତୁ,

ଉତ୍ତର ମିଳିଯାଇପାରେ,

ମନ ମଧ୍ୟରେ ଅଙ୍କୁରିତ ହେଉଥିବା ପ୍ରଶ୍ନ ଗୁଛର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract