STORYMIRROR

Suhana Pattanaik

Others

3  

Suhana Pattanaik

Others

ମାଆ

ମାଆ

1 min
205


ନିସ୍ତବ୍ଧ ରାତିର କୁଆଁ କୁଆଁ ସ୍ବର ;ଯା ନିଦକୁ ହଜେଇ ଦେଇଛି,

ତଣ୍ଟି ଶୁଖି ଗଲେ ଛାତିରୁ ନିଗାଡି,ଯେ ଅମୃତ ପିଆଇ ଦେଇଛି,

ଲକ୍ଷେ ରାଣୀ ମଧ୍ୟେ ରାଜରାଣୀ ସିଏ ,ମାଆ ପରି କିଏ ହୋଇଛି।ମାଆ ପରି କିଏ ହୋଇଛି।


ଆଖିରୁ କେବେ ତ ଲୁହ ଝରି ଗଲେ ଝରାଇଛି ସିଏ ଲହୁ,

ସ୍ନେହର ପରସେ ସାଇତିଛି ମୋତେ ଆଶ୍ୱସ୍ତି ଯା କୋଳେ ପାଉ

କଥାରେ କଥାରେ ମନକୁ ତ ଆସେ ମାର ସ୍ବରୂପ କ'ଣ?

ହୃଦୟ କୋଣରୁ ଝଙ୍କୃତ ହୁଏ ଯେ ମାଆର ଅସୀମ ଗୁଣ।


ବିଧାତା ବି ଆଜି ଦୁର୍ଭାଗ୍ୟ ବୋଲାଏ ମା କୋଳ ପାଇନି ବୋଲି,

ସତେ କି ତା କୋଳେ ସ୍ବର୍ଗ ସୁଖ ଅଛି , ଦୁନିଆ କୁ ଯାଏ ଭୁଲି।

ଦୁନିଆଁ ହୁଏ ଭାଳି।


Rate this content
Log in