STORYMIRROR

Suhana Pattanaik

Tragedy Thriller

3  

Suhana Pattanaik

Tragedy Thriller

କାହିଁକି

କାହିଁକି

1 min
193

କ'ଣ ଭୁଲ୍ କରିଛୁ?

ସ୍ବପ୍ନ ପଛରେ ଗୋଡାଇ ଗୋଡାଇ ବାସ୍ତବତାକୁ ଉପଭୋଗ କରିନୁ।

ନିଜକୁ ତିଆରି କରିବା ଲାଗି କାଠି କୁଟା ଯୋଗାଡ଼ କଲା ବେଳେ

ଅନ୍ୟ ଆଗରେ ପରିହାସର ପାତ୍ର ବନିଛୁ।

ସର୍ତ୍ତ ରହିତ ଏ ସମାଜରେ ଆଧୁନିକତାର ଧୂନରେ ମଜୁ ମଜୁ

ବାରମ୍ବାର ଆମ ଲକ୍ଷ୍ୟକୁ କୁଠାରାଘାତ କରି କି ଲାଭ ପାଇଛ?

ବସ୍ତ୍ର ଖସିଗଲେ ଇଜ୍ଜତ୍ ଚାଲିଯାଏ!

ହତିଆର ଖସିଗଲେ ଜୀବନ!

କିନ୍ତୁ ବଚନ ସବୁବେଳେ ଚକ୍ରବ୍ୟୁହ ରଚେ କାହିଁକି?

କାହିଁକି ଏଠି ପ୍ରତ୍ୟେକଟି ବ୍ୟକ୍ତି ନିଜ ସମ୍ମାନ ଅପେକ୍ଷା

ସାମ୍ନାରେ ଥିବା ଲୋକକୁ ଦେଖିବାକୁ ଆଗ୍ରହୀ?

ବୟସର ସିଡ଼ିରେ ଅନେକ ଅନୁଭୁତି ମିଳିଯାଏ

କିନ୍ତୁ ସବୁ ଅନୁଭବର ଅର୍ଥ ସମସ୍ତଙ୍କ ଲାଗି ସମାନ ନୁହେଁ।

ନିଜକୁ ଗଢୁ ଗଢୁ କାହିଁକି କି କେଜାଣି ବହୁତ୍ ଲୋକ ଭାଙ୍ଗିବାକୁ ପାଖକୁ ଚାଲିଆସନ୍ତି?

ସ୍ବପ୍ନ କେବେ କଦାକାର ହୋଇ ନପାରେ ନାହିଁ ତ ଶିଳ୍ପୀ କେବେ ସ୍ଵତନ୍ତ୍ର ହୋଇପାରିନଥାନ୍ତା।

କଦାକାର ତ ଅନୁଭବି ହୋଇଥାନ୍ତି,

ନିଜକୁ ନ ବୁଝି ଅନ୍ୟକୁ ବୁଝେଇବାକୁ ଚାଲି ଆସନ୍ତି।

ଚିତ୍କାର କରି ଯଦି ସବୁ ଠିକ୍ ହୋଇପାରନ୍ତା,

ବୋଧହୁଏ ଆଖି କେବେ ଶୋଇବାକୁ ଚାହୁଁ ନଥାନ୍ତା।

ବ୍ୟସ୍ତତାର ବାହାନା ତ ସେବେ ଆସିଯାଏ,

ଯେବେ ଆମେ ଅନ୍ୟକୁ ହରେଇ ବାକୁ ଚାହୁଁ।

ଅଜବ ଏ ଦୁନିଆଁ ,ଗଜବ ମୋ ଚିନ୍ତାଧାରା।

ବୋଧହୁଏ ବୟସର ତଫାତ୍ ମୋତେ କିଛି ଭୁଲ୍ ବୁଝେଇ ଦେଉଛି।

କିଛି ବୁଝିବାକୁ ଚେଷ୍ଟା ନ କରି ଚୁପ୍ ରହିବା ହିଁ ଶ୍ରେୟସ୍କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy