ମୋ ଜୀବନ
ମୋ ଜୀବନ
ବଞ୍ଚିବାର ତୃଷ୍ଣା ମେଣ୍ଟେ ନାହିଁ, କାହିଁକି ନା ଆରମ୍ଭ ଆଉ ଅନ୍ତ ମଧ୍ୟରେ ତଫାତ ମୋତେ ଜଣାନାହିଁ।
ତଥାପି ବଞ୍ଚିବି ସେ ଯାଏଁ,ଯେ ଯାଏଁ ନିଜକୁ ନିଜ ରୁପରେ ପାଇଁ ନାହିଁ।
ସ୍ବପ୍ନ ଇଛା ସମ୍ମାନ ସ୍ବାଭିମାନ,
ଏମାନେ ତ ମୋ ପରିବାର।
ନା ଏମାନଙ୍କ ଛଡ଼ା ମୋ ପାଖେ କିଛି ଅଛି ,ନା ଏମାନଙ୍କୁ ଛାଡ଼ି ମୋ ସତ୍ତା।
ତଥାପି ଅପେକ୍ଷା,କାଳେ କେହି ଆସିବ ଦେବଦୂତ....
ପରିବାର ମିଳିଯିବ ମୋତେ।
ବହୁତ ଦେଖିଛି ଶୁଣିଛି ପରିବାର ବିଷୟରେ, କିନ୍ତୁ ସେଟା କ'ଣ ମୋତେ ଜଣାନାହିଁ।
ସ୍ବପ୍ନ ମୋ ପରିବାର ର ସଦସ୍ୟ, କିନ୍ତୁ କେବଳ ମୋ ପାଇଁ।
ଯେବେ ଏ ଦୁନିଆ କୁ ପଚାରିଲି ସ୍ବପ୍ନର ଅର୍ଥ, ସେ ମୋତେ କହିଦେଲା: ଯାହାକୁ ଖୋଜିଲେ ମିଳେ ସ୍ବାର୍ଥ ଆଉ ସ୍ବାର୍ଥ।
ଆଶା ଖୋଜିଲେ ମିଳେ ଅତ୍ୟାଚାର,
ଆକାଂକ୍ଷା ପରିବର୍ତ୍ତେ ଦୁର୍ଦ୍ଦଶା..
ଆଉ ଆଦର୍ଶ ଭାବରେ ମିଛ ପ୍ରତିଶ୍ରୁତି।
କେଉଁଠି ରଖିବି ଏତେ ସବୁ ସଦସ୍ୟ ମାନଙ୍କୁ ?
ମୋ'ର ତ ଜାଗା ନାହିଁ।
ଯେଉଁ ଜାଗା ମୋ ହୃଦୟ ଭିତରେ ଅଛି,ସେ ଏ ନିଷ୍ଠୁର ସମାଜର ପ୍ରତାରକ ମାନଙ୍କୁ ଜାଗା ଦବନି।
ସେଥିରେ ମୋର କ'ଣ ଭୁଲ୍?
ନିସ୍ତବ୍ଧ ରାତିର ନିସ୍ତବ୍ଧତା ଭାଙ୍ଗି ମୋର ଜନ୍ମ।
ମୁଁ ବା କ'ଣ ବୁଝିବି ଏ ଦୁନିଆଁ କୁ ?
ଯାହାକୁ ଭଲଭାବେ ଦେଖିନି ହିଁ !
କିନ୍ତୁ ହଁ ଅନୁଭବ କରିଛି ମୋ ପରିବେଶ ସହ।
ଏଠି ସବୁକିଛି ଅଲଗା।
ସ୍ନେହ ବଦଳରେ ଛଳନା, ପ୍ରେମ ବଦଳରେ ପ୍ରତାରଣା
ଭଲପାଇବା ପରିବର୍ତ୍ତେ ଧୋକା ଆଉ ଜୀବନ ବଦଳରେ ଯନ୍ତ୍ରଣା।
ଏଠି ମଣିଷ ଏତେ କଠୋର ?
ବାପାର ବି ଝିଅ ଉପରେ ଲୋଭ।
ଆଉ ହଁ ଯେଉଁଠି ଲୋଭ ନାହିଁ, ଭାରତୀୟ ପରମ୍ପରା ଅନୁଯାୟୀ ଝିଅ କୁ ଲକ୍ଷ୍ମୀ ବୋଲି କହି; ବୋଝ ମନେ କରନ୍ତି।
ଭାରତୀୟ ପରମ୍ପରା କେଉଁଠୁ ବର୍ଣ୍ଣବି ?
ସଲାମ୍ ପାଉଥିବା ଲୋକକୁ ପଛରେ ସମ୍ମାନ ମିଳେନି,
ନା ଯେତେ ଠିକ୍ କଲେବି ଗରୀବ କୁ ନ୍ୟାୟ ମିଳେନି !!
ସ୍ବାଧିନତା ପୂର୍ବର ଅତ୍ୟାଚାର କଥା କହିବି,ନା ସ୍ଵାଧୀନତା ପରର ଭ୍ରଷ୍ଟାଚାର କଥା ?
ଦିନର ସ୍ଵପ୍ନ କଥା କହିବି ନା ରାତିର ବଳାତ୍କାର କଥା ?
ଜୀବନ ର ପର୍ଯ୍ୟାୟ କଥା କହିବି ନା ଯନ୍ତ୍ରଣା କଥା କହିବି ?
ମୁଁ ଛୋଟ ଅଛି।
ବୋଧହୁଏ ମୋ କଥା ଗ୍ରହଣ ଯୋଗ୍ୟ କିମ୍ବା ବିଶ୍ଵାସ ଯୋଗ୍ୟ ହୋଇନପାରେ !
ଡର ବି ଲାଗୁଛି କାଳେ ଏସବୁ କହିଲେ ଏହାର ଶିକାର ବନିଯିବି।
ନା ନା.....
କିଛି ନ କହି ଚୁପ୍ ରହିବାଟା ବୁଦ୍ଧିମାନ ର ପରିଚୟ ହେବ।
