STORYMIRROR

Suhana Pattanaik

Tragedy

3  

Suhana Pattanaik

Tragedy

ବାବା

ବାବା

1 min
267

ଏଇତ ଏବେ ଏବେ ବାପା ନଥିବାର କଷ୍ଟ ଅନୁଭବ ହେଲା: ଯେବେ ସ୍କୁଲରେ ନାମ ଲେଖିବା ଲାଗି ବାବାଙ୍କୁ ଖୋଜାଗଲା।

ଏଇତ ଏବେ ଏବେ କିଛି ହରେଇ ବାର ଅନୁଭବ ହେଲା ଯେବେ ବାର୍ଷିକ ପରୀକ୍ଷା ରିପୋର୍ଟ ଲାଗି ମାଆ ବାରମ୍ବାର ସ୍କୁଲ ଗଲା।

ଏଇତ ଏବେ ହିଁ ମୁଁ ଚୁପ୍ ରହିଲି ; ଯେବେ ଦେଖିଲି ବାପାଙ୍କ ସହ ପୁଅ ମେଳାରେ ବୁଲୁଛି।

ଏଇ ଏବେ ତ ମୋ ସ୍ବପ୍ନ କୁ କୁଠାରାଘାତ କରାଗଲା ଯେବେ ବାବାଙ୍କ ପରିଚୟର ପ୍ରଶ୍ନ ଉଠାଗଲା।

ଏଇତ ଏବେ ମୁଁ ହାରିଗଲି,ଯେବେ ଲକ୍ଷ୍ୟସ୍ଥଳୀ ର ପଛରେ ବାବାଙ୍କ ସ୍କୃତି ସବୁ ଉନ୍ମୟ ହୋଇପଡ଼ିଥିଲେ....

କିନ୍ତୁ ବାବା ନଥିଲେ ମୋ‌ ପାଖେ।  

କିଛି ସର୍ତ୍ତ ସହ ମୁଁ ବି ବଞ୍ଚିବାକୁ ଲାଗିଲି ; ଯେବେ ମାଆ ର ଧବଳ ଚେହେରା ଆଉ ପଣତ ସମାନ ଲାଗୁଥିଲା।

ଏଇତ ଏବେ ହିଁ ବୟସର ସିଡ଼ିରେ ନୂଆ ନୂଆ ଦର୍ଶକଙ୍କୁ ପାଇଛି, ବାସ୍ ସେମାନଙ୍କୁ ବୁଝେଇ ବାକୁ ମୋ ପାଖେ କିଛି ଅଭାବ ଥିବା ଅନୁଭବ କରୁଛି।

ହଁ ଏବେ ହିଁ ତ ବଞ୍ଚିବା ଶିଖିବି; ଯେବେ ମନେ ପଡିଗଲା ବାବା ମୋତେ ବଞ୍ଚେଇ ବାକୁ ବଞ୍ଚିରୁହନ୍ତି।


ବାବା ମଣିଷ ନୁହଁନ୍ତି, ବାରମ୍ବାର ହାରି ଆମକୁ ଜିତାଉ ଥିବା ଦୁନିଆଁ ର ଶ୍ରେଷ୍ଠ ବିଜେତା ଅଟନ୍ତି।


Rate this content
Log in

Similar oriya poem from Tragedy