STORYMIRROR

DEEPALI JENA

Tragedy

3  

DEEPALI JENA

Tragedy

ରୂପସୀ

ରୂପସୀ

1 min
127

ଜୀବନ ଢଳଢଳ ଶାରୁପତ୍ରର ପାଣି 

କେବେ ପାଏ ଧୋକା ତ କେବେ ଘୃଣା

ତଥାପି ଋତୁଚକ୍ରର ପରିବର୍ତ୍ତନ ସହ

ଧାଇଁ ଚାଲେ ପାଦ ମିଳେଇ 

କେବେ କେବେ ସହିଚି ସେ 

ନିଆଁ ର ଦହନ

ଜଳିପୋଡି ଦେଇଚି ତାର ଅଣୁ

ପୁଣି ଥରେ ସଜାଡି ଦେଇଚି ଏକ ଦୁଇ ତିନି ଭଳି

କେବେ କଳଙ୍କ ସାଜିଚି ତା ମଥାର ଟିକିଲି 

ଛୁଇଁନି କେବେ ମଉଳି ନ ପଡିଯିବା ଭୟରେ

ସତେଜ କରିଛି ଶିଶିର ବିନ୍ଦୁପରି

ସବୁ ଋତୁ ଛୁଇଁ ଯାଇଛନ୍ତି ଏ ଦେହକୁ

କେହି ନିଜର କରି ପାଖରେ ରହିଯାଇନି

ଖାଲି ଯା ଯନ୍ତ୍ରଣା ଦେଇଚି 

ସେମାନଙ୍କ ଦାଗ, ଯାହା ଏ ଦେହେ ଝଟକୁଛି 

କାହାକୁ ଦେଖେଇବି ସେ ଚିନ୍ହ

ସମସ୍ତେ ସଫା ଜିନିଷକୁ ଅସନା କରିଦିଅନ୍ତି 

କେଇଜଣ ପା ଅସନାରେ ସଫାକୁ ଦେଖନ୍ତି

ସବୁଥର ପରି ମଇଳା ହେଇସାରିଲା ପରେ 

ପୁଣି ସଜ ହବ, ବେଶିବେଶି ସୁନ୍ଦର ଦିଶିବ

ଆଉଜଣଙ୍କ ପାଇଁ

ଦୁଆରୁ କେବେ ଫେରେଇ ଦବନି 

ଗରାଖ ପରା ଭଗବାନ 

ଆଉ ଅପେକ୍ଷା କରିବାକୁ ହବନି ଜମା 

ଏଇ ତ ଆଉ ଆଉ କାହାର ଜ୍ଵାଳା କୁ ସହିଲି

କବାଟ ପାଖରେ ଆଉ ଜଣକୁ ବି ଦେଖିବାକୁ ହବ 

ଆସ ମତେ ଆଲିଙ୍ଗନ କର

ମୋ ଉପରେ ତୁମ ପଶୁତ୍ଵ ଜାହିର କର,  

ତୁମର ସବୁ ବଳ ଆଜି ମତେ ଦେଇଦିଅ 

କାହିଁକି ନା ତମ ପରେ ଆଉ କେହି ଜଣେ

ଦୁଆର ପାଖରେ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy