ସିଷ୍ଟର
ସିଷ୍ଟର
ତୁମେ ମୋର ଆପଣାର
ମୁଁ ଆଜି ପ୍ରଥମେ ଜାଣିଲି
ସେଇ ଡାକ୍ତରଖାନାର
ବେଡ ନଂ ୧୦ର ଶଯ୍ଯାରେ
ଯେତେବେଳେ ମୁଁ ମୃତୁସହ
ସଗ୍ରାମ କରୁଥିଲି।
ତୁମ ହାତ ମୋ ମଥାରେ ବୁଲୁଥିଲା
କିନ୍ତୁ ମୋର ଏକଲା ପଣରେ
ତୁମେହିଁ ମୋର ସେବା ଶ୍ରୁଷା କରୁଥିଲ
କେତେବେଳେ ମୋ ଆଖିର ଲୁହକୁ
ତୁମ ରୂମାଲରେ ପୋଛି ଦେଉଥିଲ।
ସେତେବେଳେ ମୋ ମନରେ ପ୍ରଶ୍ନଥିଲା
ଏ ସିଷ୍ଟର ମୋର ଏତେ ନିଜର ?
ମୁଁ ଆଜି ପର୍ଯ୍ଯନ୍ତ ନିଜକୁ ଭାବି ପାରୁନି
କିଛି ମୁହୂର୍ତ୍ତମୁଁ ନ ଦେଖିଲେ
ମୋ ଦୁଃଖ ପୁଣି ବଢିଯାଏ।
ଯେଉଁଠି ଥିଲା ସିଷ୍ଟରଙ୍କର
ସେଇ ମିଠା ମିଠା ଦୁଇପଦ କଥା
ଯେଉଁଠିକି ମୋ ଅସହ୍ଯ ଯନ୍ତ୍ରଣା
ମୋତେ ଉପସନ କରି ପାରୁଥିଲା
ମୁଁ କିନ୍ତୁ ପୁନେଇର ଜହ୍ନ ଭାବି
ଆପଣେଇ ନେଇଥିଲି।
କିନ୍ତୁ ସେ ମୋ ପାଇଁ ଥିଲେ
ଅମବାସ୍ଯାର ଚନ୍ଦ୍ର।
ଏ ସିଷ୍ଟରଙ୍କ ସହ ପରଚୟ
ମୋ ପାଇଁ ନୂତନ ସମ୍ଫର୍କ ଆଣିଦେଇଥିଲା
ମୁଁ ଚାଲି ଗଲି ସୁସ୍ଥ ହୋଇ ନୂତନ ରାସ୍ତାରେ
ପୁଣିକେବେ ଦେଖାହେବ
ତାଙ୍କସହ ମୋ ଭିତରେ
ଦେଖା ହେବ କିନା ମୁଁ ଯାଣିନି
ଆଜିବି ମୋ ମନରେ ପ୍ରଶ୍ନ
ମୋତେ ସେବା କରିଥିବା
ସେଇ ସିଷ୍ଟରଟି କିଏ ?
ଯିଏ ମୋତେ ଆପଣାର କରିଥିଲା
ସେଇ ଡାକ୍ତରଖାନାର ଚାରିକାନ୍ଥ ଭିତରେ।
