STORYMIRROR

DEEPAK KUMAR PATRA

Romance Tragedy

3  

DEEPAK KUMAR PATRA

Romance Tragedy

ମିତାଶ୍ରୀ ତୁମେ

ମିତାଶ୍ରୀ ତୁମେ

1 min
149


ଯାହା ଯାହା ଦେବା କଥା 

ଦେଇଯାଅ ମତେ

ଆଉ ଯାହା ମାଗୁଛ ବି

ନେଇଯାଅ ମୋଠାରୁ ସେତେ......।

ନେଇଯାଅ ମୋ ହୃଦୟର୍ 

ଗୀତରୁ ସ୍ୱରକୁ

ମୋ କବିତାର ଆଳାପରୁ

ସବୁ ଭାବକୁ....।

ଏବେ ତ୍ ଆକାଶ ବି

ଶୂନ୍ୟ ଲାଗୁନି

ଏଇ ନିସ୍ତବ୍ଧ ରାତି ବି

ପ୍ରଶାନ୍ତ ଲାଗୁନି ଏକା ଏକା ଲାଗୁନି

.......।

ଏବେ ତ୍ ଆଉ ଏ ଶରୀରର 

ଆଉ ଖାଲି ନାହିଁ କେଉଁ ଅଂଶ 

ଯେଉଁ ଆଡେ ଦେଖ ଜାବୁଡ଼ି ଧରିଛି

ଚେନାଏ ତୁମର ହିଁ ଭାବ ......।

ଚାରିଆଡ଼େ ଲାଗେ ଖାଲି ଫଗୁଣ

ପବନରେ କି ମାଦକତା

ସତେକି ଆସିଛି ମୋ ଜୀବନେ 

ଋତୁରାଜ ବସନ୍ତ ଆଉ

ଆଣିଛି ସେଇ ପ୍ରୀତିର ବାର୍ତ୍ତା......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance