ମିତାଶ୍ରୀ ତୁମେ
ମିତାଶ୍ରୀ ତୁମେ
ଯାହା ଯାହା ଦେବା କଥା
ଦେଇଯାଅ ମତେ
ଆଉ ଯାହା ମାଗୁଛ ବି
ନେଇଯାଅ ମୋଠାରୁ ସେତେ......।
ନେଇଯାଅ ମୋ ହୃଦୟର୍
ଗୀତରୁ ସ୍ୱରକୁ
ମୋ କବିତାର ଆଳାପରୁ
ସବୁ ଭାବକୁ....।
ଏବେ ତ୍ ଆକାଶ ବି
ଶୂନ୍ୟ ଲାଗୁନି
ଏଇ ନିସ୍ତବ୍ଧ ରାତି ବି
ପ୍ରଶାନ୍ତ ଲାଗୁନି ଏକା ଏକା ଲାଗୁନି
.......।
ଏବେ ତ୍ ଆଉ ଏ ଶରୀରର
ଆଉ ଖାଲି ନାହିଁ କେଉଁ ଅଂଶ
ଯେଉଁ ଆଡେ ଦେଖ ଜାବୁଡ଼ି ଧରିଛି
ଚେନାଏ ତୁମର ହିଁ ଭାବ ......।
ଚାରିଆଡ଼େ ଲାଗେ ଖାଲି ଫଗୁଣ
ପବନରେ କି ମାଦକତା
ସତେକି ଆସିଛି ମୋ ଜୀବନେ
ଋତୁରାଜ ବସନ୍ତ ଆଉ
ଆଣିଛି ସେଇ ପ୍ରୀତିର ବାର୍ତ୍ତା......।

