ଅଭିନୟ
ଅଭିନୟ
ଠିକ ପରେ ପରେ ତୁମେ ଆସିଲ
ସେତେ ବେଳକୁ ମୋ ପାଖରେ
କେହି ନଥିଲେ ା
ଏମାନେ ବି ଚାଲିଯିବେ
ଘର ଲୋକ ଆସିବା ବେଳକୁ।
ଆସିବା ଆଉଯିବା
ଏଇତ ଆମ ଭିତରେ ଚାଲିଥିବ
ଏ ଦୁନିଆଟା ଏକ ରଙ୍ଗମଞ୍ଚ
ଆମର ଆଲୂଅ ଲିଭିବା ପର୍ଯ୍ଯନ୍ତ।
ସୃତିର ପାଦଚିହ୍ନ ସମୟର ବେଳାଭୂମିରେ
ଯିଏ ଯାହା ଛାଡିଯିବା ଆଉ କେହିଜଣେ
ମନଭରି ଖୋଜୁଥିବ ବିଗତ ଦିନର ସୃତିକୁ
ବିସୃତିର ଅତଳ ଗର୍ଭରୁ
ଯୁଗ ଯୁଗ ସାଇତିବା ପାଇଁ
ଏ ପରା ଛାଇ ଆଲୂଅର ରଙ୍ଗମଞ୍ଚ ?
