STORYMIRROR

Kalpana Kumari Pradhan

Tragedy Others

3  

Kalpana Kumari Pradhan

Tragedy Others

ନିରୁତ୍ତର

ନିରୁତ୍ତର

1 min
210

ଆଜି କାହିଁକି ମୁଁ ନିରୁତ୍ତର

   ତୁମ ପ୍ରଶ୍ନ ବାଣରେ କ୍ଷତାକ୍ତ

କାହିଁକି ବା ସଫେଇ ଦେବି

   ତୁମେ ସବୁ ବନ୍ଧନରୁ ମୁକ୍ତ l


ବୁଝିବାକୁ ଚାହିଁନ କେବେ ଅନ୍ତର

   ଝୁରେ ସଦା ତୁମ ସ୍ୱର

ଦେଖିଛ କେବଳ ଓଠ ଧାରେ

   ହସ ଦେଖିନ ଲୁହ ଧାର l


ପ୍ରାଣର ସ୍ପନ୍ଦନ ପରି ସ୍ପନ୍ଦିତ

  ତୁମ ପାଇଁ ମୋର ଭାବ

ପାଏନି ସେ ସ୍ପର୍ଶ ହେଳେ

   ଓଠ ଖୋଲି କିଆଁ କହିବ l


ପ୍ରେମ, ପ୍ରଣୟର ଭାଷା

    ମୁଖେ ନ ହୁଏ ପ୍ରକାଶ

ଆପଣାର ଯିଏ ସହଜରେ ବୁଝିଯାଏ

    ଲୁଚିଛି କେଉଁଠି କାହିଁ ହସ l


ଜୀବନ ଗଣିତ ଏଡ଼ିକି ଅଡୁଆ

    ସହଜେ ପାଏନା ତା' ଭେଦ

ଜାଣି ତୁ ଅଜଣା ହେଉଛୁ

    ହଜି ଯାଇଛି ତୋ ନିଦ l


ସହଜ ସରଳ ସୂତ୍ର ପ୍ରୟୋଗ

  କରି ପାରୁନା ତୁ ଜାଣି

ତେଣୁ ସିନା ଆଜି ତୁମ ପ୍ରଶ୍ନର

  ଉତ୍ତର ପାରିବନି ଶୁଣି l


   



    


Rate this content
Log in

Similar oriya poem from Tragedy