STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ସିଗାରେଟ

ସିଗାରେଟ

1 min
113

ସିଗାରେଟ ଦେହରେ

ନିଆଁ ଧରାଇଲେ

ଧୁଆଁ ବାହାରେ।

ପ୍ରତିଦିନ ବିଭିନ୍ନ କିସମର

ଲୋକ ସିଗାରେଟ,ବିଡି ଟାଣନ୍ତି

ମନର ଆବେଗ ପାଇଁ

ଶ୍ବାସପଥ ପାଲଟୁ ଥାଏ ଧୂମମୟ

ଫୁସ ଫୁସର ଠିକଣା ପାଇବା ପାଇଁ।

ମୁଁ ବି ସିଗାରେଟ ଟାଣେ

ମୋ ଭଳିଆ ମଳି ମୁଣ୍ତିଆ

ବିଡି, ଗଞ୍ଜେଇ ଟାଣନ୍ତି 

କଲେଜ ପଢୁଆ ଗୋଷ୍ଠୀ

ବ୍ରାଉନ ସୁଗାର,ଚରସ

ପଛରେ ଦଉଡନ୍ତି।

ସଂକ୍ରମିତ କଫ ଖଙ୍ଖାରରେ

ଭୟଙ୍କର ଦୁର୍ଘଟଣା ଘଟେ,

ବହିଯାଏ ରକ୍ତର ବନ୍ଯା

ଅକାଳରେ ଅସ୍ତମିତ ହେଉଥାଏ

ଜୀବନ ସୂର୍ଯ୍ଯ ଦୂର ଦିଗବଳୟେ

ଧୁଆଁ ବିହିନ ମହାଯାତ୍ରାର ନିଆଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy