STORYMIRROR

Gargi Mishra

Abstract Tragedy Inspirational

3  

Gargi Mishra

Abstract Tragedy Inspirational

ଆକାଶରେ ବସା

ଆକାଶରେ ବସା

1 min
142

ପୃଥିବୀ ଛାତିକୁ ନିଜର ନିଜର କହି

ତିରିଶ ବାଏ ଚାଳିଶର ଜମିର ଠକାମୀ

ମୋ ସମେତ ଆଉ ଚାରିଜଣଙ୍କୁ ବିକ୍ରୀକରି

ଫେରାର ରିଅଲ ଏଷ୍ଟେଟ ଡିଲର ଟି.ଆର.ସ୍ୱାମୀ

ଆମ ଗାଁ ଢିଅ ଉପରେ ଶେଷରେ

ବର୍ଷ ବର୍ଷ ମୁଣ୍ଡନୁଆଇଁ ବୁଢା ଜେଜେପରି ଚାହିଁଥିବା

ଝାଟିମାଟିଘରଟି ଭାଙ୍ଗି ପକ୍କାଘର କଲି

ସନ୍ଦେହର ସିମେଣ୍ଟ ସାଙ୍ଗକୁ

ବାଲିରେ ଥିଲା ଗରିବ ହାଡ଼ର ପାଉଡର ନକଲି

ମିସ୍ତ୍ରୀ ମେହେନ୍ତର ପି' କରି ଟାଲ

ଗୋଡି ନାଁରେ ଘୃଣାର ଚିକଟାମାଟି ଓ

ଠକାମୀର ସ୍ବେଦବିନ୍ଦୁର ଭେଜାଲ

ନ' ଦଶ ବର୍ଷ କାମ ଚଳିଗଲା

ଆସିଲା ହୁଡହୁଡ, ଫନି, ଆମ୍ଫାନ

ତଳେଥିଲା ମୋ ପୂର୍ବଜଙ୍କ ପକା ଭିତ୍ତିପ୍ରସ୍ତର

କେଡେ ମୁରୁଖ ଥିଲି ମୁଁ,ଜାଣି ତନଥିଲି

କାଇଁ ଫାଟିଲାନି ଛାତ, କାଇଁ ଭାଙ୍ଗିଲାନି ସେ ଘର

ଘର ତ ବାହାରୁ ଭାଙ୍ଗଇ ନାଇଁ

ଅନେକ ମୁରବୀ ପଣିଆ ଆଳରେ

ଦେଲେ ନିଅଁକୁ ହଲାଇ l

ପାଉଁଶ ହେଲା ସ୍ବପ୍ନ, ହଜିଗଲା ଆଶା

ଅବିଳମ୍ବେ ଘର ଧୂଳି ହୋଇଗଲା

ଲୋକ ଦେଖୁଥିଲେ ଆଁ ମେଲାଇ ପୂରଣ ହେଲା l

ଘରକରିବାକୁ ଇଚ୍ଛାଟିଏ ଥିଲା

ଅନନ୍ତ ଆକାଶେ ମୁଁ ବସିଛି ଯାଇ l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract