ରେ କରମଣ୍ଡଳ
ରେ କରମଣ୍ଡଳ
ରେ କର ମଣ୍ଡଳ ହୋଇଲୁ ତୁ କାଳ
ଖେଳିଲୁ ଏମିତି ଖେଳ l
ଉଜାଡିଲୁ କେତେ ତୁ ଘର ସଂସାର
କାହିଁକି କରମଣ୍ଡଳ ll
ପୋଛିଦେଲୁ କାହା ମଥାରୁ ସିନ୍ଦୁର
ମାରିଦେଲୁ ବାପା କାର l
ଛଡେଇ ଭଉଣୀ ନେଲୁ ଭାଇ କାର
ଝୁରିଛି ମାଆ କାହାର ll
କାନ୍ଦୁଛି ସନ୍ତାନ ମାଆ ବିନା ତାର
ଝୁରୁଛି ଗାଆଁ ସହର l
ରେ କରମଣ୍ଡଳ ସାଜିଲୁ ତୁ କାଳ
ଜୀବନ କଲୁ ଅନ୍ଧାର ll
ଭାଙ୍ଗି ଦେଲୁ ମେରୁଦଣ୍ଡ ତୁ କାହାର
ଫଟେଇଲୁ କାର ମଥା l
ହାତ ଗୋଡ଼ ଚୂନା କରିଲୁ ନିଷ୍ଠୁର
ପାରୁନି କହିସେ କଥା ll
କିଏ କରେ ରୋଡ଼ି ପାରେ ନାହିଁ ସହି
କ୍ଷତ ଯନ୍ତ୍ରଣାରୁ ତାର l
ଶୋଇଛି ତ କିଏ ଚେତାତ ଫେରୁନି
ଝୁରୁଛି ପତ୍ନୀ ତାହାର ll
କାର ଗୋଡ଼ ନାହିଁ କାର ହାତ ନାହିଁ
ପାଗଳ ସାଜିଛି କିଏ l
କାହିଁକି କଲୁରେ ଏମିତି ଚଣ୍ଡାଳ
ବୁଝିବ ସେ କଥା କିଏ ?
