Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ମୁଁ କହୁନି ଗାନ୍ଧୀ ହୁଅ !

ମୁଁ କହୁନି ଗାନ୍ଧୀ ହୁଅ !

1 min
171



ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ

       ଧୋତି ପିନ୍ଧ, ବାଡ଼ି ଧର

ମୁଁ କହୁଛି ତୁମେ ସତ୍ୟ କୁହ ହିଂସା 

       ଛାଡ଼ିଣ ଅହିଂସା କର ।

ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ ।


ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ

 ଅଣ୍ଟାରେ ଘଣ୍ଟା ଲଗାଅ

ମୁଁ କହୁଛି ସମୟାନୁବର୍ତ୍ତୀ ହୁଅ

 ନିଜକୁ ସମ୍ମାନ ଦିଅ ।

ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ l


ମୁଁ କହୁନି ଭାଇ ତୁମେ ଗାନ୍ଧୀ ହୁଅ

  ସୂତା କାଟି ଲୁଗା ବୁଣ

ମୁଁ କହୁଛି ତୁମେ ଖଦି ମାନ ରଖ

  ଦେଶର ସମୃଦ୍ଧି ଆଣ ।

ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ ।


ମୁଁ କହୁନି ସର୍ବେ ତୁମେ ଗୀତା ଧର

     ସନ୍ଥ ବ୍ରହ୍ମଚାରୀ ହୁଅ

ମୁଁ କହୁଛି ଭଗ୍ନୀ ଭାଇ ଗୀତା ପଢ଼

     ବ୍ରହ୍ମଚର୍ଯ୍ୟକୁ ପାଳ ।

ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ ।


ମୁଁ କହୁନି ଶହେ ଗାନ୍ଧୀବାଦୀ ହୁଅ

      ମିଛର ଭାଷଣ ଦିଅ

ମୁଁ କହୁଛି ଭାଇ ଭଗ୍ନୀ ଜଣେ ହୁଅ

      ସତ୍ୟର ଭାଷଣ ଦିନ ।

ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ l


ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ

      ଗାନ୍ଧୀବାଦୀ ଅବା ହୁଅ l

ମୁଁ କହୁଛି ତୁମେ ଏକାଦଶ ବ୍ରତ

      ଜୀବନେ ଆଚରି ନିଅ ।

ମୁଁ କହୁନି ଭାଇ ଭଗ୍ନୀ ଗାନ୍ଧୀ ହୁଅ l



Rate this content
Log in

Similar oriya poem from Inspirational