STORYMIRROR

LALIT MOHAN DASH

Inspirational

3  

LALIT MOHAN DASH

Inspirational

ଦୋଳ ଗୀତ

ଦୋଳ ଗୀତ

1 min
181


ଗମ୍ଭୀରା ଭିତରେ ବସିଥିବା ଦିଅଁ

ପଦାକୁ ଆସନ୍ତି ଚାଲି 

ଭକତଙ୍କ ମେଳେ ସମୟ ଵିତାନ୍ତି

ଆନନ୍ଦେ ଉଠନ୍ତି ଫୁଲି।୧)


ସାରା ସଂସାରର ଭାର ଯେ ବହନ୍ତି

 ବସନ୍ତି ଭକ୍ତ କାନ୍ଧରେ 

ସଭିଙ୍କ ମାଲିକ ଭୋଗ ଖାଇବାକୁ

ଵୁଲୁଥାନ୍ତି ଦ୍ୱାରେ ଦ୍ୱାରେ ।୨)


ସମସ୍ତଙ୍କ ଡୋରି ଧରିଥାନ୍ତି ଯିଏ

ଭକତ ତାହାଙ୍କୁ ବାନ୍ଧେ 

ବିମାନରେ ଧରି ବସାଇ ପ୍ରଭୁଙ୍କୁ

ଭାବ-ଭକତିରେ ଛନ୍ଦେ ।୩)


ବୁଲି ବୁଲି ପ୍ରଭୁ ଯାତରା ଦେଖନ୍ତି

ବୁଲନ୍ତି ସବୁ ମେଲଣ 

ଆଲଟ ଚାମର ଧରିଥାଏ ଭକ୍ତ

ଭୁଞ୍ଜାଏ ବିଡ଼ିଆପାନ ।୪)


ସାରା ସଂସାରକୁ ଝୁଲାଇବା ପ୍ରଭୁ

ଦୋଳିରେ ବସି ଝୁଲନ୍ତି 

ସମସ୍ତଙ୍କ ଭାଗ୍ୟଫଳ ଯେ ଦିଅନ୍ତି

ପଞ୍ଜିକା-ପାଠ ଶୁଣନ୍ତି ।୫)


କରୁଣାର ରଙ୍ଗ ସଭିଙ୍କୁ ଦିଅନ୍ତି

ଅବିର ଲାଗି ହୂଅନ୍ତି 

ଭକ୍ତ ଭଗବାନ ଏକାକାର ହୋଇ

ଗଣ-ପରବ ପାଳନ୍ତି ।୬)


ଯାଚରା ସରିଲେ କଇବଲ୍ୟ-ଦାତା

ଫେରନ୍ତି ନିଜ ଆସ୍ଥାନ 

ବଞ୍ଚିଥିଲେ ପୁଣି ଆର ବରଷରେ

ଊଣା କରନାହିଁ ମନ ।୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational