STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ତୁମକୁ ରାଧା ହେବାକୁ ପଡିବ

ତୁମକୁ ରାଧା ହେବାକୁ ପଡିବ

1 min
178

ତୁମେ ରୁକ୍ମିଣୀ ନହେଲେ ଚଳିବ 

ତୁମେ ଗୋପୀ ନହେଲେ ଚଳିବ

କିନ୍ତୁ ତୁମକୁ ରାଧା ହେବାକୁ ପଡିବ l


ତୁମେ ସୁନ୍ଦର ହେଲେବି ଚଳିବ

ତୁମେ ଅସୁନ୍ଦର ହେଲେବି ଚଳିବ

କିନ୍ତୁ ତୁମକୁ ରାଧା ହେବାକୁ ପଡିବ l


ତୁମେ ଶତ୍ରୁ ହେଲେବ ଚଳିବ

ତୁମେ ମିତ୍ର ହେଲେବ ଚଳିବ

କିନ୍ତୁ ତୁମକୁ ରାଧା ହେବାକୁ ପଡିବ l


ତୁମେ ପର ହେଲେବି ଚଳିବ

ତୁମେ ଆତ୍ମୀୟ ହେଲେବି ଚଳିବ

କିନ୍ତୁ ତୁମକୁ ରାଧା ହେବାକୁ ପଡିବ l


ତୁମେ ରାକ୍ଷସୀ ହେଲେବି ଚଳିବ

ତୁମେ ଦେବୀ ହେଲେବି ଚଳିବ

କିନ୍ତୁ ତୁମକୁ ରାଧା ହେବାକୁ ପଡିବ l


ତୁମେ ବ୍ରାହ୍ମଣ ହେଲେବି ଚଳିବ

ତୁମେ ଶୁଦ୍ର ହେଲେବି ଚଳିବ

କିନ୍ତୁ ତୁମକୁ ରାଧା ହେବାକୁ ପଡିବ l


ବ୍ରହ୍ମାଣ୍ଡରେ ତୁମେ ଯାହା ନ ହେଲେବି ଚଳିବ

କିନ୍ତୁ ତୁମକୁ ରାଧା ହେବାକୁ ପଡିବ l

କାରଣ

ରାଧା ବିନା କୃଷ୍ଣ ଅଧା



Rate this content
Log in

Similar oriya poem from Inspirational