STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ହୃଦୟେ!

ହୃଦୟେ!

1 min
368


ଦେଖିଛି ବହୁତ ଏଇ ଦୁନିଆରେ

ସଫଳ ପ୍ରେମକୁ ମୁହିଁ l

ଛଅ ମାସ ପରେ ପ୍ରେମ ହୁଏ ଚୁନା

ଛାଇ ଦେଖନ୍ତିନି କେହି ll


ଦେଖିଛି ଅନେକ ପ୍ରତିଶୃତି ଦେବା

ବିବାହ ପୂର୍ବରୁ ମୁହିଁ l

ପ୍ରତିଶୃତି ସବୁ ଫିକା ପଡ଼ିଯାଏ

ବାକ୍ୟ ହୁଏ ମୁହାଁ ମୁହିଁ ll


ବିଜୟ ହୋଇଛି ମୋ ପ୍ରେମ ଆଜିରେ

ପରାଜୟ କେବେ ନାହିଁ l

ଭୟ ନାହିଁ କେବେ ଦୂରେଇ ଯିବାର

ହୃଦୟେ ଅଛି ସେ ରହି ll


ପ୍ରତିଶୃତି କିଛି ଦେଇନାହିଁ ତାକୁ

ନେଇ ନାହିଁ ତାଠୁ କିଛି l

ବିଫଳ ହେବାର ଜମା ଚିନ୍ତା ନାହିଁ

ଜୀବନ ଯେତିକି ଅଛି ll


ବିଦେହ ଭାବରେ ଥିଲା ଦିନେ ସିଏ

ଅଛି ଆଜି ହୃଦେ ସିଏ l

ଥିବ ଥିବା ଯାଏଁ ହୃଦେ ମୋ ସ୍ପନ୍ଦନ

ମୋ ବିଦେହ ପ୍ରେମ ସିଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational