ହୃଦୟେ!
ହୃଦୟେ!


ଦେଖିଛି ବହୁତ ଏଇ ଦୁନିଆରେ
ସଫଳ ପ୍ରେମକୁ ମୁହିଁ l
ଛଅ ମାସ ପରେ ପ୍ରେମ ହୁଏ ଚୁନା
ଛାଇ ଦେଖନ୍ତିନି କେହି ll
ଦେଖିଛି ଅନେକ ପ୍ରତିଶୃତି ଦେବା
ବିବାହ ପୂର୍ବରୁ ମୁହିଁ l
ପ୍ରତିଶୃତି ସବୁ ଫିକା ପଡ଼ିଯାଏ
ବାକ୍ୟ ହୁଏ ମୁହାଁ ମୁହିଁ ll
ବିଜୟ ହୋଇଛି ମୋ ପ୍ରେମ ଆଜିରେ
ପରାଜୟ କେବେ ନାହିଁ l
ଭୟ ନାହିଁ କେବେ ଦୂରେଇ ଯିବାର
ହୃଦୟେ ଅଛି ସେ ରହି ll
ପ୍ରତିଶୃତି କିଛି ଦେଇନାହିଁ ତାକୁ
ନେଇ ନାହିଁ ତାଠୁ କିଛି l
ବିଫଳ ହେବାର ଜମା ଚିନ୍ତା ନାହିଁ
ଜୀବନ ଯେତିକି ଅଛି ll
ବିଦେହ ଭାବରେ ଥିଲା ଦିନେ ସିଏ
ଅଛି ଆଜି ହୃଦେ ସିଏ l
ଥିବ ଥିବା ଯାଏଁ ହୃଦେ ମୋ ସ୍ପନ୍ଦନ
ମୋ ବିଦେହ ପ୍ରେମ ସିଏ ll