STORYMIRROR

Dhaneswar Dash

Inspirational

3  

Dhaneswar Dash

Inspirational

ଦିବ୍ୟ ଚିନ୍ତନ

ଦିବ୍ୟ ଚିନ୍ତନ

1 min
355

ଆଜି ଅଛୁ ମନ କାଲିକି ନଥିବୁ 

କାହିଁକି ଏତେ ଗୁମାନ 

ଯିବାପାଇଁ ରଥ ସଜ ହୋଇଅଛି

ହୋଇଯିବ ଅବସାନ । 


ସ୍ବଭାବରେ ବନ୍ଧା ରହିଗଲୁ ଏଠି

ଭାବ ତୁ ପାଇଲୁ ନାହିଁ 

ଭାବର ଅଭାବ ବୁଝି ନ ପାରିଲୁ

ବିଷୟାରେ ମଜ୍ଜିରହି ।


ସଞ୍ଜ ହୋଇଲାଣି ରାତି ହୋଇଯିବ 

କିପରି ତୁ ହେବୁ ପାରି

ନାଉରିଆ ଘାଟ ଜଗିଣ ରହିଛି

ଘାଟ ମୂଲ ନେବ ଭରି ।


ଅରଜି ଥିଲେ ତୁ ଖରଚ କରିବୁ

ନ ଅର୍ଜିଲେ ଶୂନ୍ଯ ହସ୍ତ

ଘାଟ ମୂଲ ଯଦି ନ ଦେଇପାରିବୁ

ପାରି ହେବୁନି ଏ ସତ୍ଯ ।

 

ରାତି ହେବା ଆଗୁ ଅର୍ଜନ ତୁ କର

ଅଳପ ସମୟ ବାକି

ଯେତିକି ଅର୍ଜିବୁ ସେତିକି ପାଇବୁ

ମନ ନ ରହିବ ଟାକି ।



Rate this content
Log in

Similar oriya poem from Inspirational