ଦିବ୍ୟ ଜ୍ୟୋତି
ଦିବ୍ୟ ଜ୍ୟୋତି
ଦିବ୍ୟ ନୟନରେ
ଦିବ୍ୟ ଜ୍ୟୋତି ଶୋହେ
ଦିବ୍ୟ ଦୃଷ୍ଟି ସମପ୍ରଭା
ଦିବ୍ୟ ଚାହାଁଣୀରେ
ଦିବ୍ୟ ଅନୁଭୂତି
ଦିବ୍ୟ ଚେତନାର ଆଭା ।
ଦିବ୍ୟ କଳେବର
ଦିବ୍ୟ ତୋ ମନ୍ଦିର
ଦିବ୍ୟ ତୋ ଚରଣାମୃତ
ଦିବ୍ୟ ବସନରେ
ଦିବ୍ୟ ଭୂଷଣରେ
ଦିବ୍ୟ ଶୋଭା ସମାଗତ
ଦିବ୍ୟ ତୋ ମହିମା
ଦିବ୍ୟ ତୋ କରୁଣା
ଦିବ୍ୟ ତୋ ଦର୍ଶନ ଅବା ।
ଦିବ୍ୟ ଆଘ୍ରାଣରେ
ଚାଉଳର ଭାତ
ବୋଲାଏ ମହାପ୍ରସାଦ
ଦିବ୍ୟ ପରଶରେ
ଦିବ୍ୟ ହୁଏ ପ୍ରାଣ
ଦିବ୍ୟ ତୋର କଥାମୃତ
ଦିବ୍ୟ ଦୟଣାରେ
ଦିବ୍ୟ ପରଶରେ
ଦିବ୍ୟ ଅନୁଭବ ଉଭା ।
