STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଭକ୍ତର ଭଗବାନ

ଭକ୍ତର ଭଗବାନ

1 min
262

ଶୁଭ କାର୍ଯ୍ୟେ ପ୍ରଭୁ ଶୁଭ ହିଁ କରିବେ

ମନର ବିଶ୍ୱାସ ସେହି

ସବୁ ଆବଶ୍ୟକ ପୂରଣ କରିବେ

ଭକ୍ତ ବତ୍ସଳ ସେହି।୧।


ତାଙ୍କ ଆଶୀର୍ବାଦେ ପୂରଣ ହୋଇବ

କିଛି ଡର ନାହିଁ ଏବେ

କରୁଣା ବତ୍ସଳ ଜଗତର ନାଥ

ଭକ୍ତ କଥା ଜାଣି ନେବେ।୨।


ରାତି ଦିନ ପୂଜେ ତାଙ୍କରି ଚରଣେ

ତାଙ୍କ ବିନୁ ଗତି ନାହିଁ

ଜନ୍ମଦାତା ସେହି କର୍ମ ଦାତା ସେହି

ଭକ୍ତି ରଖି ଅଛି ମୁହିଁ।୩।


ପାଳନ କର୍ତ୍ତା ସେ ଜଗତ ପାଳନେ

ଭେଦ ନ ରଖନ୍ତି କିଛି

ନିଃସ୍ୱାର୍ଥ କର୍ମରେ ଅର୍ପିତ ହୋଇ ଯେ

ସେବୁଥାଏ କିଛି କିଛି।୪।


ନିଃସ୍ୱାର୍ଥ ସେବାଟି ପ୍ରଭୁ ସେବା ହୁଏ

ପ୍ରଭୁଙ୍କ କଥନ ଏହା

ସୁକର୍ମରେ ପ୍ରଭୁ ପୂରଣ କରନ୍ତି

ଭକ୍ତ ମନ ବାଞ୍ଛା ଯାହା।୫।


ଶୁଭ କର୍ଯ୍ୟେ ପ୍ରଭୁ ଶୁଭ ହିଁ କରିବେ

ମନର ବିଶ୍ୱାସ ସେହି

ସବୁ ଆବଶ୍ୟକ ପୂରଣ କରିବେ

ଭକ୍ତ ବତ୍ସଳ ସେହି।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational