STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପଥବଣା ନ ହୁଅ ଭାଇ ମୋ

ପଥବଣା ନ ହୁଅ ଭାଇ ମୋ

1 min
179

ପଥ ବଣା ହୋଇ ନ ଚାଲ ଭାଇ ମୋ

ଜଗନ୍ନାଥେ କର ଧ୍ୟାନ

ଜଗନ୍ନାଥ ବିନୁ ଗତି ନାହିଁ କା'ର

ସେ ଅଟନ୍ତି ଆମ ଜ୍ଞାନ ।୧।

କର୍ମ ପଥେ ରହି ସୁକର୍ମ କରିଣ

ଧ୍ୟାନ କରୁଥାଅ ନିତି

ତାଙ୍କରି ଦୟାରୁ ସବୁ ସିଦ୍ଧି ହେବ

ପାଇବ ପରମ ଗତି ।୨।

କରୁଣାକର ସେ କରୁଣା କରନ୍ତି

ପ୍ରେମ ଭକ୍ତିରେ ଡାକିଲେ

ନିସ୍ବାର୍ଥ କର୍ମରେ ଲିପ୍ତ ହେ ହୋଇଣ

ନିଶ୍ଚଳ ମନେ ଡାକିଲେ ।୩।

ଭକ୍ତଙ୍କର ବନ୍ଧୁ ଜୟ କୄପାସିନ୍ଧୁ

ଗୁହାରି ଶୁଣ ଭକ୍ତର

ଆର୍ତ୍ତକଣ୍ଠେ ଡାକେ ଦେଶର ଜନତା

ବିଜୟୀ ହେଉ ଦେଶର ।୪।

ସବୁ କ୍ଷେତ୍ରେ ସେ ସମ୍ପନ୍ନ ହେଉ

କୁ-ଚକ୍ରାନ୍ତ ଦୂର ହେଉ

ଶତ୍ରୁଙ୍କ କାମନା ଧୂଳିସାତ୍ ହେଉ

ଦେଶର ଉନ୍ନତି ହେଉ ।୫।

ପଥ ବଣା ହୋଇ ନ ଚାଲ ଭାଇ ମୋ

ଜଗନ୍ନାଥେ କର ଧ୍ୟାନ

ଜଗନ୍ନାଥ ବିନୁ ଗତି ନାହିଁ କା'ର

ସେ ଅଟନ୍ତି ଆମ ଜ୍ଞାନ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational