ବନ୍ଦେ ମାତରଂ
ବନ୍ଦେ ମାତରଂ
ସ୍ଵାଧୀନ ମୋର ଭାରତ ଭୂଇଁ
ସ୍ଵାଧୀନ ମୋର ମନ
ଦେଖରେ ଭାଇ ଆସେ ସବାରି
ସତ କି ଉଇଁଲା ଜହ୍ନ ।
କେତେ ସୁପୁତ୍ର ବଳି ଦାନରେ
ଉଦ୍ଧାରିି ଆଣିଲେ ମାତା
କେତେ ରୁଧିର କେତେ ଯେ ଶିର
ଗଡି ବୋଲଇ ଗାଥା ।
କପଟୀ ଲଂପଟୀ ଗୋରା ସାହେବ
ବୁଦ୍ଧିଟା ଧରାଶାୟୀ
ଆମେ ଜିତିଛେ ସତ୍ୟର ପଥେ
ବନ୍ଦେ ମାତରଂ ଗାଇ ।
ଛବିଶ ତାରିଖ ଜାନୁୟାରୀରେ
ମୁକ୍ତି ଯେ ଜଳ ସ୍ଥଳ
ଏହାର ସ୍ଵାଦ ଲିିିଭାଏ ଖେଦ
ମାଠା ଯେ ସ୍ଵାଧୀନ ଫଳ ।
ଭାରତ ମାଟିରେ ଜନମ ହୋଇ
ଜୀବନ ଆମ ଧନ୍ୟ
ତାର ସୁରକ୍ଷା ତାହାର ରକ୍ଷା
ହେଉ ପ୍ରମୁଖ କାମ୍ୟ ।
ନିରାପଦରେ ଶୟନ ପାଇଁ
ସୀମା କାନ୍ଥରେ ସେନା
ତାଙ୍କରି ପାଇଁ ଗରବ ଆମ
ଉଡାଅ ସ୍ଵାଧୀନ ବାନା ।
ଆମେ ହୋଇଲେ ବିପଦ ଗାମୀ
ଉଡିବ ଅପକୀର୍ତ୍ତି
ଦୟା କ୍ଷମାକୁ ଅର୍ପଣ କଲେ
ଦେଶର ବଢିବ ଶକ୍ତି ।
ଭାଇ ଚାରାକୁ ହୃଦୟେ ରଖ
ସହଯୋଗ କୁ ଧରି
ବିଶ୍ୱ ଦୁଆରେ ଉଲ୍ଲେଖ ହେଉ
ଭାରତ ସ୍ଵର୍ଗ ପରି ।
